LIVE TV

ମହାକାଶରେ ଲାଗିପାରେ କି ନିଆଁ ? ଯଦି ଏପରି ହୁଏ ଏଥିରୁ କିପରି ବର୍ତ୍ତି ହେବ...

NEWS7
rani-panda-kampaile-mancha-1

ନୂଆଦିଲ୍ଲୀ ୨୪।୧୦: ପଞ୍ଚତତ୍ତ୍ବ ମଧ୍ୟରୁ ଗୋଟିଏ ଉପାଦାନ ହେଉଛି ଅଗ୍ନି । ସମସ୍ତେ ଜାଣନ୍ତି ନିଆଁ ଜଳିବା ପାଇଁ ଅମ୍ଳଜାନ ଅତ୍ୟାବଶ୍ୟକ ହୋଇଥାଏ । ବାୟୁ/ଅମ୍ଳଜାନ ବିନା ନିଆଁ ଜଳିପାରିବା ଅସମ୍ଭବ । କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଏହି ନିଆଁ ପୃଥିବୀରେ ନୁହେଁ, ମହାକାଶରେ ଲାଗେ ତେବେ କ’ଣ ହେବ ? ଆସନ୍ତୁ ଜାଣିବା...

ପୃଥିବୀରେ ଅଗ୍ନି ଜଳିବା ପାଇଁ ତିନୋଟି ଜିନିଷ ଆବଶ୍ୟକ ହୋଇଥାଏ । ଅମ୍ଳଜାନ, ଇନ୍ଧନ ଏବଂ ତାପ। ଏହି ୩ଟି ଦହନ ପ୍ରକ୍ରିୟା ମିଶିବା ପରେ ହିଁ ନିଆଁ ଲାଗିଥାଏ । କିନ୍ତୁ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, କାରଣ ସେଠାରେ କୌଣସି ଅମ୍ଳଜାନ ନାହିଁ । ଅର୍ଥାତ୍‌ ସାଧାରଣ ପରିସ୍ଥିତିରେ ସେଠାରେ ନିଆଁ ଲାଗିପାରିବ ନାହିଁ ।  କିନ୍ତୁ ଯେତେବେଳେ ମଣିଷ ମହାକାଶ ଷ୍ଟେସନ ଭଳି ବନ୍ଦ ପ୍ରଣାଳୀରେ କାମ କରେ, ସେତେବେଳେ ବାୟୁ କିମ୍ବା ଅମ୍ଳଜାନ ଉପସ୍ଥିତ ଥାଏ ଏବଂ ଏଠାରେ ହିଁ ନିଆଁର ବିପଦ ରହିଥାଏ ।

ନାସା ଏବଂ ଅନ୍ୟାନ୍ୟ ମହାକାଶ ସଂସ୍ଥାଗୁଡ଼ିକ ମହାକାଶ ନିଆଁ ଉପରେ ଅନେକ ପରୀକ୍ଷଣ କରିଛନ୍ତି । ଏକ ମିଶନ ସମୟରେ Flame Extinguishment Experimentରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି କି ମହାକାଶରେ ଜଳୁଥିବା ନିଆଁଗୁଳା ଆକାରରେ ହୋଇଥାଏ । କିନ୍ତୁ ପୃଥିବୀରେ ଏହା ନିଆଁ ଆକାରରେ ଉପରକୁ ଉଠିଥାଏ। କାରଣ ମହାକାଶରେ କୌଣସି ଗୁରୁତ୍ୱାକର୍ଷଣ ଶକ୍ତି ନାହିଁ, ତେଣୁ ଗରମ ବାୟୁ ଉପରକୁ ଉଠିପାରେ ନାହିଁ ଏବଂ ନିଆଁ ପ୍ରସାରିତ ହେବା ପରିବର୍ତ୍ତେ ଗୋଟିଏ ଅଞ୍ଚଳରେ ସୀମିତ ରହିଥାଏ।

ଏହି କାରଣରୁ ମହାକାଶରେ ନିଆଁ ଲିଭାଇବା ଅତ୍ୟନ୍ତ କଷ୍ଟକର । ସେଠାରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରରେ ଥିବା ଗ୍ୟାସଗୁଡ଼ିକ ବାୟୁ ବିନା କାମ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ବୈଜ୍ଞାନିକମାନେ କୁହନ୍ତି ଯେ ମହାକାଶରେ ନିଆଁ ଲାଗିବା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହା ଧିରେ ଧିରେ ଜଳିବା। କାରଣ ବାୟୁ ବିନା, ନିଆଁ ବ୍ୟାପି ନଥାଏ, କିନ୍ତୁ ଏହା ଲିଭି ନଥାଏ । ଯେଉଁଥିପାଇଁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳି ରହିଥାଏ।

ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ୧୯୯୭ ଏବଂ ୨୦୧୧ରେ ନିଆଁ ଲାଗିଥିଲା ।  କିନ୍ତୁ ଦ୍ରୁତ ନିୟନ୍ତ୍ରଣ ଏବଂ ନିରୀକ୍ଷଣ ବ୍ୟବସ୍ଥା ବଡ଼ କ୍ଷତିକୁ ରୋକିଥିଲା । ତେଣୁ ମହାକାଶଚାରୀମାନେ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ତାଲିମ ଦିଆଯାଇଥାଏ । ଏମିତିକି ଆବଶ୍ୟକ ହେଲେ ପ୍ରତ୍ୟେକ ଷ୍ଟେସନରେ ଥିବା ଏୟାରଲକ୍ ସିଷ୍ଟମରେ ପ୍ରଭାବିତ ଅଞ୍ଚଳକୁ ଶୀଘ୍ର ସିଲ୍ କରାଯାଏ