Live Live
LIVE

ଇରାନର ନୂଆ ସର୍ବୋଚ୍ଚ ନେତା ହେଲେ ମୋଜତବା ଖାମେନି, ବାପାଙ୍କ ହତ୍ୟାର ନେବେ ପ୍ରତିଶୋଧ

NEWS7
rani-panda-dance-video

ତେହେରାନ, ୦୯ /୦୩: ଇରାନର ନୂଆ ସୁପ୍ରିମ ଲିଡର୍ । ଇରାନର ସର୍ବୋଚ୍ଚ ନେତା ଖାମେନୀଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଅ ମୋଜତବା ଖାମେନି ଇରାନର ମଙ୍ଗ ସମ୍ଭାଳିବେ । ପୂର୍ବତନ ଲିଡର୍ ଅୟୋତଲ୍ଲାହ ଖାମେନିଙ୍କ ମୃତ୍ୟୁ ପରେ ବି ପଛଘୁଞ୍ଚା ଦେଇନି ତେହରାନ । ଆମେରିକା ଏବଂ ଇସ୍ରାଏଲର ମୁକାବିଲା କରୁଛି । ଏସବୁ ଭିତରେ ଖାମେନିଙ୍କ ପୁଅ ମୋଜତବା ଖାମେନିଙ୍କୁ ଦେଶର ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ମୋଜତବା ଖାମେନି ଇରାନର ସର୍ବୋଚ୍ଚ ନେତା ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସୋମବାର ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ମୋଜତବାଙ୍କ ସପକ୍ଷରେ ଇରାନ ସଂସଦରେ ୮୮ ଜଣ ସଦସ୍ୟ ମତ ଦେଇଥିଲେ । ଫଳରେ ତାଙ୍କୁ ନେତା ଭାବେ ନିଯୁକ୍ତି ମିଳିଛି । ଏହାସହ ଖାମେନି ଲିଗାସୀର ତୃତୀୟ ବ୍ୟକ୍ତି ଭାବେ ମୋଜତବାଙ୍କ ହାତରେ ଶାସନ ଡୋରି ରହିବ ।

ଏବେ ଯୁଦ୍ଧ ଚାଲିଥିବାରୁ ଜୁନିଅରଙ୍କ ଖାମେନିଙ୍କ ପାଇଁ ଅନେକ ଚ୍ୟାଲେଞ୍ଚ୍ ରହିଛି । ସେ ଆମେରିକା ଏବଂ ଇସ୍ରାଏଲର ମୁକାବିଲା ଭାର ନିଜେ ସମ୍ଭାଳିବେ । କିପରି ଦୁଇ ଦେଶକୁ ଉଚିତ ଜବାବ ଦିଆଯିବ ସେନଇ ସେ ରଣନୀତି ପ୍ରସ୍ତୁତ କରିବେ । ଏହାସହ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ।

କିଏ ମୋଜତବା?

ମୋଜତବା ୧୯୬୯ ମସିହାରେ ମଶହଦ ସହରରେ ଜନ୍ମ ହୋଇଥିଲେ । ଧାର୍ମିକ ମାହୋଲରେ ତାଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ଇରାକ ଯୁଦ୍ଧ ସମୟରେ ସେ ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନ ହେବ ତାଙ୍କୁ ପିତା ଖାମେନିଙ୍କ ଉତ୍ତରାଧିକାରୀ ଭାବେ ଅନେକ ଦେଖୁଥିଲେ । ସେ କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ।