LIVE TV

ଏହି ତାରିଖରେ ପରଦାକୁ ଆସିବ 'ବ୍ରହ୍ମାସ୍ତ୍ର'…ଟୁଇଟ୍‌ କରି ଚ୍ୟାଲେଞ୍ଜ କଲେ ବିଗ୍‌ ବି

NEWS7

ମୁମ୍ବାଇ୩|୨: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ। ରିଲ ଜଗତ ସହ ରିୟଲ ଲାଇଫରେ ମଧ୍ୟ ସେମାନେ ଖୁବ ଏନଜୟ କରୁଛନ୍ତି। ଉଭୟ ଏବେ ଟକ୍‌ ଅପ୍‌ ଦ ଟାଉନ୍‌ ହୋଇଛନ୍ତି। ରଣବୀର ଓ ଆଲିୟାଙ୍କୁ ପ୍ରଥଥର ପାଇଁ ଏକାଠି ଫିଲ୍ମ'ବ୍ରହ୍ମାସ୍ତ୍ର'ରେ ଦେଖିବାକୁ ମିଳିବ।

{"id":219397,"sizeSlug":"large"}

 ତେବେ ନିକଟରେ 'ବ୍ରହ୍ମାସ୍ତ୍ର'ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି।  ୨୦୨୦ ମସିହା ଡିସେମ୍ବର ୪ ତାରିଖରେ ଫିଲ୍ମ ରିଲିଜ ହେବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା କରନ୍‌ ଜୋହର୍ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ୍, ମାଲୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ।

{"id":219398,"width":523,"height":290,"sizeSlug":"large"}

ସୂଚନାଯୋଗ୍ୟ ଯେ, 'ବ୍ରହ୍ମାସ୍ତ୍ର'ରେ ମୁଖ୍ୟ ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ମୌନୀ ରୟ, ଅମିତାଭ ବଚ୍ଚନ ଓ ନାଗାର୍ଜୁନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅମିତାଭ ବଚ୍ଚନ ଏହି ତାରିଖ ଲକ୍‌ କରିଦେଇଛନ୍ତି। ବିଗ୍‌ବିଙ୍କ ଅନୁସାରେ ଏହି ଡେଟ୍‌ରେ ଫିଲ୍ମ ରିଲିଜ ହେବ ବୋଲି ଫିକ୍ସଡ୍‌ ଓ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଧର୍ମା ପ୍ରଡକ୍ସନ ଓ ଫୋକସ୍‌ ଷ୍ଟାରର ଏହି ଫିଲ୍ମ ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।