ଭାରତରେ ପ୍ଲାଣ୍ଟ୍ କରିବ ରୋଲ୍ସ ରୟସ, ତିଆରି ହେବ ସବୁଠୁ ଲଗଜରୀ କାର୍ ! ମୋଦୀଙ୍କୁ ଭେଟିଲେ କମ୍ପାନୀ CEO

NEWS7
ram-temple-in-ayodhya-donors-will-get-tax-exemption-under-section-80g-of-income-tax-cbdt

ନୂଆଦିଲ୍ଲୀ, ୧୨|୦୨: ଆଗକୁ ବଢୁଛି ଭାରତୀୟ ଅର୍ଥନୀତି । ଏବେ ଦେଶ ତୃତୀୟ ବୃହତ ଅର୍ଥନୀତି ହେବା ଲକ୍ଷ୍ୟରେ ରହିଛି । ପ୍ରତିଦିନ ନୂଆ ନୂଆ ଡିଲ୍ ହେଉଛି । ବଡ ବଡ କମ୍ପାନୀ ଭାରତ ଆସୁଛନ୍ତି । କାରବାର ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି । ଏହା ମଧ୍ୟରେ ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ କାର୍ କମ୍ପାନୀ ରୋଲ୍ସ ରୟସ ମଧ୍ୟ ଭାରତରେ ବ୍ୟବସାୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।

​​​​​​​ଏହି ଖବରଟି ପଢନ୍ତୁ... ରାତି ସାରା ଅନ୍ ଥିଲା ଗିଜର୍, ସକାଳେ ଘରୁ ମିଳିଲା ବାପା-ମାଆ-ପୁଅର ମୃତଦେହ...

ବୁଧବାର ରୋଲ୍ସ ରୟସର ସିଇଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହ ଭାରତରେ ନିଜର ଆଗାମୀ ଯୋଜନା ବାବଦରେ ସେ ମୋଦୀଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି । କମ୍ପାନୀର ସିଇଓ ତୁଫାନ ଏର୍ଗିନବିଲଗିକ୍ ମୋଦୀଙ୍କୁ ସାକ୍ଷାତକରି ବିକଶିତ ଭାରତର ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସାକ୍ଷାତକାର ନେଇ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରିଛନ୍ତି ।

​​​​​​​

ଏଥିରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରୋଲ୍ସ ରୟସର ସିଇଓ ମିଷ୍ଟର ତୁଫାନଙ୍କ ସହ ସାକ୍ଷାତ କରି ବହୁତ ଭଲ ଲାଗୁଛି । ଭାରତରେ କମ୍ପାନୀର କାରବାରକୁ ବୃଦ୍ଧି କରିବାକୁ ସେ ଆଶାବାଦୀ ଅଛନ୍ତି । ଯାହା ଭାରତୀୟ ଯୁବକଙ୍କୁ ଅନେକ ଫାଇଦା ଦେବ । ଏହାସହ ସେ ଦେଶରେ କମ୍ପାନୀକୁ ଜୋଶର ସହ ସ୍ୱାଗତ କରୁଥିବା ପ୍ରକାଶ କରିଛନ୍ତି ।

କମ୍ପାନୀର ଏହି ପ୍ଲାନ୍

ବ୍ରିଟିଶ କାର୍ କମ୍ପାନୀ ରୋଲ୍ସ ରୟସ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ୍ ସେୟାର କରିଛି । କମ୍ପାନୀ ଲେଖିଛି ଯେ, ସିଇଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । କମ୍ପାନୀ କିଭଳି ବିକଶିତ ଭାରତର ଅଂଶ ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଛି । କାରରେ ଅଧିକରୁ ଅଧିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଉନ୍ନତ ପ୍ରତିଷ୍ଠାନ ପ୍ରସ୍ତୁତ କରିବା ଉପରେ କମ୍ପାନୀ ଫୋକସ୍ ଦେବ ବୋଲି ଉଲ୍ଲେଖ ହୋଇଛି ।