LIVE TV

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ଦାମୀ କାରଠୁ ନେଇ ନକଲି କାଗଜପତ୍ର ଜବତ

NEWS7
rakhi-sawant-gorilla-avatar-rakhi-sawant-will-entertain-fans-in-bigg-boss-15-house-lets-watch-her-funny-and-screams-kela-atak-gaya-viral-video

ବାଲିପାଟଣା: ଅସଲି ପୋଲିସ ହାତରେ ଧରା ପଡ଼ିଲା ନକଲି ପୋଲିସ। ଏମିତି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ ପୋଲିସର ବାଲିପାଟଣା ଥାନା ଅଞ୍ଚଳରେ। ଏଠାକାର ବନମାଳୀପୁର ଫାଣ୍ଡି ପୋଲିସ ଜଣେ ନକଲି ପୋଲିସକୁ ଅଟକ ରଖିଛି | ପୋଲିସ ପୋଷାକରେ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ ଯୁବକ ଜଣଙ୍କ ବୁଲୁଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ହାବୁଡ଼ରେ ପଡିଥିଲା | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନକଲି ପୁଲିସ ବେଶରେ ଥିବା ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କରଡା ବଣି ଗ୍ରାମର। ତାଙ୍କ ନାଁ ତପସିନୀ ନାୟକ | ତାଙ୍କ ନିକଟରୁ ଏକ ଦାମୀ କାର , ଆଧାର କାର୍ଡ , ନକଲି ପ୍ରଣାମ ପତ୍ର , ବିଭିନ୍ନ କାଗଜ ସହ ପୋଲିସ ପୋଷାକ, ଜୋତା ପ୍ରଭୃତି ପୋଲିସ ଜବତ କରିଛି | ଗିରଫ ନକଲି ପୋଲିସ କେଉଁ ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ବୁଲୁଥିଲା ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି |