ବୃଷ ରାଶି ବ୍ୟକ୍ତି ଦିନରେ ଉତ୍ତମ ସମୟ ଅତିବାହିତ କରିବେ, ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବେ

NEWS7
rajasthan-royals-target-chennai-super-kings-by-216-runs

ମେଷ- ଦିନଟି ବହୁତ ଶୁଭ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ। ଏହା ସହିତ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବାର ଯୋଗ ରହିଛି।

ବୃଷ- ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଉଚିତ୍ ସମ୍ମାନ ମିଳିବ ଏବଂ ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବେ। ଦୂର ସ୍ଥାନରୁ ଶୁଭ ସମ୍ବାଦ ପାଇ ଖୁସି ହେବେ।

ମିଥୁନ- ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବାର ଯୋଗ ଅଛି। ଦୂର ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବିଶେଷ ସଫଳତା ପ୍ରାପ୍ତ କରିବେ।

କର୍କଟ- ଭାଗ୍ୟର ସହଯୋଗ ଯୋଗୁ ଦୂର ଯାତ୍ରା ସଫଳ ଓ ସୁଖଦାୟକ ହେବ। ବ୍ୟବସାୟ କ୍ଷେତ୍ରରେ ନୂତନ ନିବେଶ ପାଇଁ ଦିନଟି ବହୁତ ଶୁଭ ରହିବ ଏବଂ ଆଗକୁ ଏହା ଲାଭଦାୟକ ହେବ। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରେ।

ସିଂହ- ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ ଏବଂ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତ ଶତ୍ରୁମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି, ତେଣୁ ସଜାଗ ରୁହନ୍ତୁ। ମାନସିକ ଶାନ୍ତି ପାଇ ନିଜ ପ୍ରିୟଜନଙ୍କ ସହ ସମୟ ବିତାନ୍ତୁ।

କନ୍ୟା - ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ବ୍ୟବସାୟରେ ଉତ୍ତମ ଲାଭ ମିଳିବ। ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କଲେ ଆର୍ଥିକ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ ଏବଂ ମାନସିକ ଶାନ୍ତି ମିଳିବ। କୌଣସି ଆତ୍ମୀୟଙ୍କ ସହ ଭ୍ରମଣ କରିବା ପାଇଁ ସୁଯୋଗ ମିଳିବ।

ତୁଳା- ଶତ୍ରୁମାନେ ପରାଜିତ ହେବେ ଏବଂ ପୁରୁଣା ସମସ୍ୟାର ସମାଧାନ ହୋଇ ମନ ହାଲୁକା ଲାଗିବ। ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ ବା ଋଣରୁ ମୁକ୍ତି ପାଇଁ ବାଟ ଫିଟିବ। ହଠାତ୍ ଅତିଥିଙ୍କ ଆଗମନ ଯୋଗୁ ଖର୍ଚ୍ଚ ବୃଦ୍ଧି ହୋଇପାରେ।

ବିଛା- ଘାତବାର ଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ତଥାପି ସନ୍ତାନଙ୍କ ସଫଳତାକୁ ନେଇ ଗର୍ବିତ ହେବେ। ଯାନବାହନ ଚଳାଚଳ ସମୟରେ ବିଶେଷ ସାବଧାନ ରୁହନ୍ତୁ। କଳା ଓ ସାହିତ୍ୟ ପ୍ରତି ଆଜି ରୁଚି ବଢ଼ିବ।

ଧନୁ- ଘାତବାର ଓ ଘାତଚନ୍ଦ୍ର ଉଭୟ ରହିଥିବାରୁ ବିଶେଷ ସାବଧାନ ରୁହନ୍ତୁ। କାହାରି ସହ ଯୁକ୍ତିତର୍କ ବା ବିବାଦ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଧର୍ମାନୁଷ୍ଠାନ ପାଇଁ ସାମାନ୍ୟ ଦାନ କରିବା ଶୁଭ ରହିବ।

ମକର- ପରାକ୍ରମ ବୃଦ୍ଧି ପାଇବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହଯୋଗରେ ପାରିବାରିକ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ମନ ଖୁସି ରହିବ। ବ୍ୟବସାୟରେ ନୂତନ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି।

କୁମ୍ଭ- ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ପରିବାରରେ ହସଖୁସିର ପରିବେଶ ରହିବ। ନୂତନ ଜମି ବା ସମ୍ପତ୍ତି କ୍ରୟ କରିବା ପାଇଁ ଯୋଗ ସୃଷ୍ଟି ହେଉଛି। ସୁସ୍ୱାଦୁ ଭୋଜନ ଓ ବିଳାସବ୍ୟସନରେ ଦିନଟି ଅତିବାହିତ ହେବ।

ମୀନ- ଘାତବାର ଯୋଗୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଉଚିତ୍। କିନ୍ତୁ ବ୍ୟବସାୟିକ ନିବେଶ ପାଇଁ ଦିନଟି ଶୁଭ ରହିବ। ନିଜର କର୍ମଦକ୍ଷତା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ହଠାତ୍ ଅପ୍ରତ୍ୟାଶିତ ସୂତ୍ରରୁ ଦ୍ରବ୍ୟ ବା ଧନ ଲାଭର ଯୋଗ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682