ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ମହିଳାଙ୍କୁ ସୁରକ୍ଷା ଆମର ପ୍ରାଥମିକତା, ପ୍ରଥମ କ୍ୟାବିନେଟ୍‌ରେ ଆମେ ସୁଭଦ୍ରା ଆଣିଲୁ

NEWS7
rajastan-need-155-runs-to-win-against-delhi

ଭୁବନେଶ୍ୱର ୨୬।୦୧: ସାରା ଦେଶ ପାଳୁଛି ୭୭ତମ ଗଣତନ୍ତ୍ର ଦିବସ ।ଏହି ଅବସରରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ଆମ ଜୀବନର ମାନଦଣ୍ଡ । ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଶଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ । ଦେଶ ସ୍ୱାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ଗୋଟିଏ ହେଲା ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଳାଇବା । ଦେଶକୁ ବିଧି ବ୍ୟବସ୍ଥାରେ ଚଳାଇବା ପାଇଁ ସମ୍ବିଧାନ ଲେଖାଯାଇଥିଲା । ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ । ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି ।