ତାମିଲନାଡୁରେ ତିନି ଶ୍ରମିକଙ୍କ ଦୁଃଖ… ମାଲିକ ଟଙ୍କା ଦେଲାନି କି ଘରକୁ ଛାଡ଼ିଲାନି

NEWS7
rain-may-occurs-in-different-places-of-odisha-today

ଦିଗପହଣ୍ଡି ୧୦।୦୨ : କାମ କରିବାକୁ ଯାଇଥିଲେ ତାମିଲନାଡୁ । ଆଉ ସେଠାରେ ଫସିଗଲେ । ଏବେ ତିନି ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ତାମିଲନାଡୁରେ ଅଟକ ଥିବା ୩ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ ।

ଏ ଖବର ବି ପଢନ୍ତୁ:- ଚେକ୍‌ଡ୍ୟାମ୍‌ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ପୋଲିସ ଖୋଜୁଛି କାରଣ...

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଲକ୍ଷ୍ମୀନାରାୟଣପୁର ତିନି ଜଣ ଯୁବକ କାମ କରିବାକୁ ତାମିଲନାଡୁ ଯାଇଥିଲେ। ହେଲେ ସେଠାରୁ ଆଉ ଫେରିନଥିଲେ। କମ୍ପାନୀ ମାଲିକ ଦରମା ନଦେବା ସହ ମାଡ ମାରୁଥିବାର ଅଭିଯୋଗ ଆସିଥିଲା । ଶେଷରେ ବାଧ୍ୟ ହୋଇ ଯୁବକଙ୍କ ପରିବାର ଲୋକେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ସହ ବ୍ରହ୍ମପୁର ଏସ୍ପିଙ୍କ ମଧ୍ୟ ଜଣାଇଥିଲେ । ଅଭିଯୋଗ ପରେ ଦିଗପହଣ୍ଡି ଥାନା ପୋଲିସ ତାମିଲନାଡୁ ଯାଇଥିଲା । ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଏବେ ତିନି ଓଡ଼ିଆ ଶ୍ରମିଙ୍କୁ ଉଦ୍ଧାର କରି ଓଡ଼ିଶା ଆଣୁଛି ଗଞ୍ଜାମ ପୋଲିସ ।

ଏ ଖବର ବି ପଢନ୍ତୁ:-  ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କାଙ୍କ ସହ ୬ ମହିଳା ସାଂସଦ, କହିଲେ- 'ସରକାର ଚାପ ପକାଉଛନ୍ତି, ଆମକୁ ନ୍ୟାୟ ଦିଅ...'