LIVE TV
LIVE TV

ଧର୍ମେନ୍ଦ୍ରଙ୍କ ପରଲୋକରେ ହେମାମାଲିନୀ ସେୟାର କଲେ ଭାବୁକ ପୋଷ୍ଟ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
rain-and-thunder-yellow-warning-for-10-district

ମୁମ୍ବାଇ ୨୭।୧୧: ଅଭିନେତ୍ରୀ ତଥା ସାଂସଦ ହେମାମାଲିନୀ ଗୁରୁବାର ତାଙ୍କ ସ୍ୱର୍ଗତ ପତି ଧର୍ମେନ୍ଦ୍ରଙ୍କୁ ଭାବୁକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି ଧର୍ମେନ୍ଦ୍ର ତାଙ୍କ ଲାଗି ସବୁକିଛି ଥିଲେ। ଜଣେ ‘ସାଥୀ’, ‘ମାର୍ଗଦର୍ଶକ’ ଓ ଜଣ ‘ମିତ୍ର’ ତାଙ୍କ ପରଲୋକରେ ଏକ ଅପୂରଣୀୟ ଶୁନ୍ୟତା ସୃଷ୍ଟି ହୋଇଯାଇଛି। ଗତ ସୋମବାର ଧର୍ମେନ୍ଦ୍ରଙ୍କ (୮୯)ଙ୍କ ପରଲୋକ ହୋଇଥିଲା। ତାଙ୍କ ପରଲୋକ ପରେ ହେମାମାଳିନୀ(୭୭)ଙ୍କ ଏହା ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ।

ହେମାମାଳିନୀ ତାଙ୍କୁ ଜଣେ ଅତ୍ୟନ୍ତ ଭଲପାଉଥିବା ସ୍ୱାମୀ, ତାଙ୍କ ଝିଅ ଇଷା ଓ ଅହନାଙ୍କୁ ଭଲପାଉଥିବା ପିତା ଓ ଜଣେ ଲୋକପ୍ରିୟ ବ୍ୟକ୍ତି ଭାବେ ଅବିହୀତ କରିଛନ୍ତି, ଯିଏ ପୁରା ପରିବାରର ପ୍ରିୟ ଥିଲେ। ଏଥିରେ ହେମାମାଳିନୀ ପୁରୁଣା ଫଟୋ ସବୁ ପୋଷ୍ଟ କରି ‘ଧରମ ଜୀ ମୋ ପାଇଁ ସବୁକିଛି ଥିଲେ’ ବୋଲି ଉଲ୍ଲେଖ କରିଛନ୍ତି। ସେ ଭଲ ଓ ଖରାପ ସମୟ ସବୁବେଳେ ମୋ ସହ ରହୁଥିଲେ। ହେମାମାଳିନୀ ଲେଖିଛନ୍ତି ସେ ତାଙ୍କର ସହଜ, ମିଳାପି ବ୍ୟବହାରରେ ମୋ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନ ଜିତିଥିଲେ, ସେ ଏ ସବୁରେ ବେଶ୍ ଋଚି ଦେଖାଇଥିଲେ।

ଧର୍ମେନ୍ଦ୍ରଙ୍କ ସହିତ ‘ସୋଲେ’, ‘ସୀତା ଔର ଗିତା’ ‘ପ୍ରତିଜ୍ଞା’ ଭଳି ଅନେକ ବ୍ଲକ୍ ବୁଷ୍ଟର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଆବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟତା ଏବେ ମୋ ସହ ସାରା ଜୀବନ ରହିବ। ସେ କହିଛନ୍ତି ଯେ ଦୀର୍ଘ ବର୍ଷ ଏକତ୍ର ରହି ମୋ ପାଖରେ ବଞ୍ଚିବା ପାଇଁ କିଛି ଖାସ କ୍ଷଣର ଅଗଣିତ ସ୍ମୃତି ରହିଯାଇଛି। ଏହି ସ୍ମୃତି ଏବେ ମୋ ଜୀବନର ବାକି ସମୟ ପାଇଁ ସାହାରା ହେବ ବୋଲି ହେମା ମାଳିନୀ ଉଲ୍ଲେଖ କରିଛନ୍ତି।