କାଉଣ୍ଟଡାଉନ୍ ଷ୍ଟାର୍ଟ....ଆଜିଠୁ ବାରବାଟୀରେ ଅଫଲାଇନ୍ ଟିକେଟ୍ ବିକ୍ରି

NEWS7
railway-electricity-office-transferred-bhubaneswar-to-bangalore

କଟକ ୦୫/୧୨: ଆଉ କିଛି ସମୟ ପରେ ଖୋଲିବ କାଉଣ୍ଟର । ତା’ ପୂର୍ବରୁ ଲାଗିଛି କାଉଣ୍ଟର ଆଗରେ ଲମ୍ବା ଲାଇନ । ଟିକେଟ୍ ପାଇବା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ। କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ତେଣୁ ଟିକେଟ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି ।

ଅଫଲାଇନ୍ ଟିକେଟ୍ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ । ଦିନ ୯ଟାରୁ ଟିକେଟ ବିକ୍ରି, ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ । ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି । ସ୍ପେଶାଲ କାଉଣ୍ଟରରେ ଟିକେଟ୍ କାଟିବେ ମହିଳାତେବେ ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ପରେ ସ୍ଥିତି ସାଂଘାତିକ ହୋଇଥିଲା ସ୍ଥିତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନକେଦମ ହୋଇଥିଲା।

ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି । ତେବେ ଟିକେଟ୍ ପାଇଁ ବାରବାଟୀରେ ପୋଲିସ-କ୍ରିକେଟ୍ ଫ୍ୟାନ ମୁହାଁମୁହିଁ । ସ୍ଥିତି ଏମିତି ହୋଇଛି ଯେ, ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।