ଖାମିନେଇ ବିରୋଧୀ ରାଲି ଉପରେ ମାଡିଗଲା ଟ୍ରକ୍, ଯାହାକୁ ପାରିଲା ଚାପିଦେଲା

NEWS7
raid-at-illegal-liquor-factory-in-berhampur

ନ୍ୟୁୟର୍କ, ୧୨/୦୧:ଚାଲିଥିବା ଧାରଣା । ମାଡିଗଲା ଟ୍ରକ୍ । ଯାହାକୁ ପାରିଲା ତାକୁ ଚାପିଦେଲା । ଆମେରିକାର ଲସ୍ ଆଞ୍ଜେଲସରେ ଇରାନର ସର୍ବୋଚ୍ଚ ନେତା ଖାମିନେଇଙ୍କ ବିରୋଧରେ ଚାଲିଥିବା ଶୋଭାଯାତ୍ରାରେ ଏକ ଟ୍ରକ୍ ମାଡି ଯାଇଛି । ଏଥିରେ ଅନେକ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଇରାନରେ ଚାଲିଥିବା ଘଟଣା ଏବେ ସାରା ବିଶ୍ୱର ଫୋକସରେ ଅଛି । ସେଠାରେ ସରକାର ବିରୋଧୀ ହାଓ୍ୱା ଚାଲିଛି । ଲୋକେ ଆନ୍ଦୋଳନ କରୁଛନ୍ତି । ସରକାର ମଧ୍ୟ ଦମନ କରିବା ପାଇଁ ଗୁଳିର ସାହାଯ୍ୟ ନେଉଛନ୍ତି । ଏବେସୁଦ୍ଧା ଇରାନର ହିଂସାରେ ୫୦ରୁ ଅଧିକ ପ୍ରାଣ ହରାଇ ସାରିଲେଣି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏପ୍ରସଙ୍ଗରେ ତେହରାନକୁ କଡା ଚେତାବନୀ ଦେଇଛନ୍ତି ।

ତେବେ ଲସ୍ ଆଞ୍ଜେଲସରେ ଖାମିନେଇ ବିରୋଧୀ ପ୍ରଦର୍ଶନ ବେଳେ ଏକ ଟ୍ରକ୍ ମାଡି ଯାଇଛି ।ଏଥିରେ ମୁଜାହୁଦ୍ଦୀନ-ଏ-ଖଲ୍କ ଲେଖାଯାଇଥିବା ଷ୍ଟିକର୍ ଲାଗିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ନୋ-ଶାହା ବୋଲି ଉଲ୍ଲେଖ ରହିଛି । ଟ୍ରକଟି ମାଡି ଯିବାରୁ ଅନେକ ଆହତ ହୋଇଛନ୍ତି । ଲସ୍ ଆଞ୍ଜେଲସର ଓ୍ୱେଷ୍ଟ୍ ଉଡ୍ ଅଞ୍ଚଳରେ ଏହି ଘଟଣା ଘଟିଛି । ସିବିଏସ ନ୍ୟୁଜ୍ ଅନୁସାରେ, ପ୍ରଦର୍ଶନରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ସ୍ଥାନୀୟ ସମୟ ଦିନ ଟାରେ ଏକ ଟ୍ରକ୍ ରାଲି ଉପରେ ମାଡି ଯାଇଥିଲା । ଏଥିରେ ରାଜନୈତିକ ସନ୍ଦେଶ ଲେଖାଯାଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ପୋଲିସ ଟ୍ରକ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ବାହାର କରିବା ସହ ଗିରଫ କରିଛି । ଗିରଫ ସମୟରେ ଅନେକ ପ୍ରଦର୍ଶକାରୀ ତାଙ୍କୁ ମାରପିଟ୍ କରିଥିଲେ । ତେବେ ପୋଲିସର ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡିଥିଲା ।