ଉଦୟପୁରରେ ନୁପୁର ସାନନ୍‌ଙ୍କ ଗ୍ରାଣ୍ଡ ୱେଡିଂର ସେଲିବ୍ରେସନ ଆରମ୍ଭ, ହଲଦୀ-ସଙ୍ଗୀତ୍‌ରେ ଠୁମକା ଲଗାଇଲେ କ୍ରିତି

NEWS7
rahul-gandhi-said-he-and-his-family-belongs-to-kashmiri-pandit

ନୂଆଦିଲ୍ଳୀ ୧୦।୦୧; ଉଦୟପୁରରେ ପୁଣି ଥରେ ଏକ ରାଜକୀୟ ବିବାହ ହେବାକୁ ଯାଉଛି। ବଲିଉଡ୍ କ୍ଵିନ୍‌ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ ଗାୟକ ଷ୍ଟେବିନ୍ ବେନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଦୟପୁରର ଫେୟାରମଣ୍ଟ ପ୍ୟାଲେସରେ ଏହି ଗ୍ରାଣ୍ଡ ୱେଡିଂର ସେଲିବ୍ରେସନ ଆରମ୍ଭ ହୋଇସାରିଛି। କ୍ରିତି ତାଙ୍କ ସାନ ଭଉଣୀଙ୍କ ବିବାହରେ ଖୁବ୍‌ ଡ୍ୟାନ୍ସ କରିଛନ୍ତି। ଏବେ ସମାରୋହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି।

​​​​​​​

ହଳଦୀ ସମାରୋହରେ ବର ଷ୍ଟେବିନ୍ ହଳଦିଆ ରଙ୍ଗତ କୁର୍ତ୍ତା-ପାଇଜାମା ସହ ଢୋଲ ବାଜାରେ ନାଚୁଥିବାର ନଜର ଆସିଥିଲେ । ଯାହା  ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ନୁପୁର ହଳଦିଆ ଲେହେଙ୍ଗାରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ବେଳେ ଦୁହେଁ ମନ କୋଲି ନାଚୁଥିବାର ନଜର ଆସିଛନ୍ତି । ଏହା ଦେଖିବା ପରେ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ସେମାନଙ୍କ ବିବାହର ପ୍ରତ୍ୟେକ ଦିଗକୁ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି।

​​​​​​​

 
 
 
 
 
 
 
 
 
 
 
 
 
 
 

A post shared by Zoom TV (@zoomtv)

 

ସଙ୍ଗୀତରେ ବଡ଼ ଭଉଣୀ କ୍ରିତିଙ୍କ ସହିତ ନୁପୁର ଏକ ଗ୍ରୁପ ଡ୍ୟାନ୍ସ କରିଥିଲେ । ଯାହାକୁ ଦେଖି ଭାବି ସ୍ୱାମୀ ଷ୍ଟେବିନ ଖୁସି ହୋଇଯାଇଥିଲେ। ନୁପୁରଙ୍କ ମୁହଁରେ ଥିବା ଖୁସି ପ୍ରକାଶ କରୁଥିଲା ​​ଯେ ସେ ତାଙ୍କୁ ଜୀବନସାଥୀ ଭାବରେ ପାଇ ନିଜକୁ ଧନ୍ୟ ମନେ କରୁଛନ୍ତି। ନୁପୁର ସାନନଙ୍କ ବିବାହ ଉତ୍ସବର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।


ସେପଟେ କ୍ରିତି ସାନ ଭଉଣୀଙ୍କ ସଙ୍ଗୀତ ସେରମନିରେ ଭୋଜପୁରୀ ଗୀତ "ଲଲିପପ୍" ଗୀତରେ ଦମ୍‌ଦାର ଡ୍ୟାନ୍ସ କରିଥିଲେ ନୁପୁର ପରିବାରର ସବୁଠାରୁ ସାନ ଝିଅ। ତାଙ୍କ ବିବାହରେ, ତାଙ୍କ ମାଆ ଗୀତା ସାନନ "ଦିଲ୍ ତୁ ଜାନ୍ ତୁ" ଗୀତର ଏକ ଭାବପ୍ରବଣ ପରଫମାନ୍ସ କରିଥିଲେ। ତାଙ୍କ ମାଆଙ୍କ ସହିତ, କ୍ରିତି ମଧ୍ୟ ତାଙ୍କ ଭଉଣୀଙ୍କ ପାଇଁ ଭାବପ୍ରବଣ ହୋଇଗଲେ।