ବାଇକ୍‌ରେ ଆସି ରାସ୍ତା ପଚାରି ବୁଝିଲେ, ସୁନା ଚେନ୍ ଝାମ୍ପି ଫେରାର ମାରିଲେ ଦୁର୍ବୃତ୍ତ

NEWS7
rahul-gandhi-going-to-hathras

ବୌଦ୍ଧ ୨୨।୧: ବାଇକ୍‌ରେ ଆସିଲେ । ରାସ୍ତା ପଚାରି ବୁଝିଲେ । ମଉକା ଦେଖି ସୁନା ଚେନ୍ ଝାମ୍ପିନେଲେ । ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ରାସ୍ତାରେ ମହିଳାଙ୍କ ଠାରୁ ଲୁଟ୍ କରିଛନ୍ତି ୩ ଜଣ ଦୁର୍ବୃତ୍ତ । ଏ ନେଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବଘିଆପଡ଼ାର ମନ୍ଦାକିନୀ ଦିଗାଲ ଏବଂ ଗିରିଶ ଦିଗାଲ ନିଜ ଶିଶୁ ପୁତ୍ରକୁ ବାଇକ୍ରେ ନେଇ ନିଜ ଘରକୁ ଯାଉଥିବା ସମୟରେ ୩ ଜଣ ଯୁବକ ବାଇକ୍ରେ ଆସିଥିଲେ । ତାଙ୍କୁ ବ୍ରାହ୍ମଣୀପାଲି ରାସ୍ତା ପଚାରି ବୁଝିଥିଲେ ଏବଂ ସେହି ସମୟରେ ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ଟିକୁ ଝାମ୍ପି ନେଇଥିଲେ । ଏମିତିକି ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଲୁଟି ନେଇଥିଲେ । ଏଥି ସହିତ ଦମ୍ପତିଙ୍କୁ ମାରପିଟ କରି ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ଜଣେ ଯୁବକଙ୍କୁ କାବୁ କରି ଆଦର୍ଶ ଥାନାରେ ଆଣି ପୋଲିସ ଜିମା ଦେଇଛନ୍ତି । ଏ ନେଇ ଦମ୍ପତି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଆଦର୍ଶ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।