ପାକ୍ ସେନା ମୁଖପାତ୍ରଙ୍କ ଏ କି ଗୁଣ ? ମହିଳା ରିପୋର୍ଟଙ୍କୁ ଆଖି ମାରିଲେ ଏବଂ...

NEWS7
radish-is-natural-cleanser-works-wonder-for-stomach

ନୂଆଦିଲ୍ଲୀ, ୧୦/୧୨:ଧରା ପଡିଲା ପାକିସ୍ତାନ ସେନା ମୁଖପାତ୍ରଙ୍କଲମ୍ପଟ ଗୁଣ। ମହିଳାଙ୍କ ପ୍ରତି ତାଙ୍କର ବ୍ୟବହାର କେତେ ଖରାପ ତାହା ଏକ ଭିଡିଓରୁ ଜଣା ପଡିଛି ।ଭାରତରଅପରେସନ୍ ସିନ୍ଦୂର ସମୟରେ ଆଣ୍ଡ୍ ଫୋର୍ସ କହି ଚର୍ଚ୍ଚାରେ ଥିବା ପାକିସ୍ତାନୀ ଲିୟୁଟେନାଣ୍ଟ୍ ଜେନେରାଲ ସରିଫ୍ ଚୌଧୁରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଅବସା କୋମାନନାମକ ଜଣେ ମହିଳା ସାମ୍ବାଦିକଙ୍କୁ ଆଖି ମାରୁଛନ୍ତି । ଇମ୍ରାନ ଖାନଙ୍କ ସମ୍ବନ୍ଧୀୟ ଏକ ପ୍ରଶ୍ନରେ ସେ ଏପରି ବ୍ୟବହାର ଦେଖାଇଥିବା ନଜର ଆସିଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ପାକ୍ ସେନାର ଅନେକ ମାଇଲଷ୍ଟୋନ୍ ବାବଦରେ ସରିଫ୍ କହୁଥିଲେ । ଏହି ସମୟରେ ମହିଳା ସାମ୍ବାଦିକ ଅବସା ତାଙ୍କୁ ଇମ୍ରାନଙ୍କ ବାବଦରେ ପ୍ରଶ୍ନ କରିଥିଲେ । ଇମ୍ରାନଙ୍କୁ ଜାତୀୟ ସୁରକ୍ଷା ପ୍ରତି ବିପଦ, ଦିଲ୍ଲୀର କାଠ କଣ୍ଢେଇ ଆଦି କହୁଛନ୍ତି ସରକାର । ତେଣୁ ସାମ୍ବାଦିକ ଏନେଇ ସରିଫଙ୍କ ମତ ପଚାରିଥିଲେ ।

ଏହାର ଉତ୍ତରରେ ସରିଫ୍ କହିଥିଲେ ଯେ, ଇମ୍ରାନ ଜଣେ ମାନସିକ ବିକୃତ । ତାଙ୍କ ମୁଣ୍ଡ ଠିକ୍ ଭାବେ କାର୍ଯ୍ୟ କରୁନି । ଏହା କହି ସାରି ସରିଫ ହସିବା ସହ ଅବସାଙ୍କୁ ଅନାଇ ଆଖି ମାରିଥିଲେ ।

ତେବେ ସରିଫଙ୍କ ଏପରି ବ୍ୟବହାରକୁ ସୋସିଆଲ ମିଡିଆ ୟୁଜର କଡା ନିନ୍ଦା କରିଛନ୍ତି । କ୍ୟାମେରା ଆଗରେ ସରିଫ୍ ଏପରି କରୁଛନ୍ତି । କ୍ୟାମେରା ବନ୍ଦ ହେଲେ କଣ କରୁନଥିବେ ବୋଲି ସେ ପଚାରିଛନ୍ତି । ଆଉ କେହିକେହି ୟୁଜର ପାକିସ୍ତାନର ଗଣତନ୍ତ୍ର ଉପରେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, କଛି ଦିନ ତଳେ ସରିଫ୍ ଇମ୍ରାନଙ୍କୁ ଦେଶଦ୍ରୋହୀ କହିଥିଲେ । ଇମ୍ରାନଙ୍କୁ ଭେଟୁଥିବା ସମସ୍ତ ବ୍ୟକ୍ତିଙ୍କୁ ପାକ୍ ସେନା ବିରୋଧରେ ଷଡଯନ୍ତ୍ର ପାଇଁ ବ୍ୟବହାର କରାଯାଉଥିବା ସେ ପ୍ରକାଶ କରିଥିଲେ ।