ବିବାହ ସ୍ଥଗିତ ହେବା ପରେ ସ୍ମୃତି ମନ୍ଧାନା ସେୟାର କଲେ ପ୍ରଥମ ପୋଷ୍ଟ, ଅଙ୍ଗୁଠିରେ ଦେଖିବାକୁ ମିଳିଲାନି ନିର୍ବନ୍ଧ ମୁଦି

NEWS7
r-p-sharma-order-cbi-investigation-of-mahakalpada-abinash-death-case

ନୂଆଦିଲ୍ଲୀ ୦୬।୧୨; ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା। ତାଙ୍କର ୨୩ ନଭେମ୍ବର, ୨୦୨୫ରେ ସଂଗୀତକାର ପଲାଶ ମୁଚ୍ଛଲଙ୍କ ସହ ବିବାହ ହେବାର ଥିଲା । ହେଲେ ଏବେ ବିବାହ ସ୍ଥଗିତ ରହିଛି । ଏହା ପରେ ସୋସିଆଲ ମିଡିଆରେ ସ୍ମୃତିଙ୍କର ପ୍ରଥମ ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ସ୍ମୃତିଙ୍କ ହାତରେ ତାଙ୍କ ନିର୍ବନ୍ଧ ମୁଦି ନାହିଁ । ବିବାହ ଟଳିବା ପରେ ଏହା ସୋସିଆଲ ମିଡିଆରେ ସ୍ମୃତି ମନ୍ଧାନାଙ୍କର ପ୍ରଥମ ଭିଡିଓ ଥିଲା, ଯାହା ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି । ସ୍ମୃତିଙ୍କ ହାତରେ ମୁଦି ଦେଖାଯିବାରୁ ତାଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।

ଏପର୍ଯ୍ୟନ୍ତ ବିବାହର ନୂଆ ତାରିଖ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ବିବାହ ସ୍ଥଗିତ ହେବା ପରେ ଡିସେମ୍ବର ୫ ତାରିଖରେ ସ୍ମୃତି ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଏକ ସାକ୍ଷାତକାରରେ ବିଶ୍ୱକପ୍ ବିଜୟୀ ଉପ-ଅଧିନାୟିକା ଫାଇନାଲ ମ୍ୟାଚ୍ ଜିତିବା ପରେ ତାଙ୍କର ଭାବନା ପ୍ରକାଶ କରିଥିଲେ। ତଥାପି, ପ୍ରଶଂସକମାନେ ତାଙ୍କ ଅଙ୍ଗୁଠିରେ ନିର୍ବନ୍ଧ ମୁଦି ନଥିବାରୁ ତୁରନ୍ତ ଲକ୍ଷ୍ୟ କରିଥିଲେ । କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଭିଡିଓଟି ନିର୍ବନ୍ଧ ପୂର୍ବରୁ ସୁଟ୍ କରାଯାଇଥିଲା କି ନାହିଁ । ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଥିଲେ, " ସ୍ମୃତି ଉଦାସ ଦୁଃଖୀ ଥିବା ପରି ମନେ ହେଉଛି ? ସେ ହସୁଛନ୍ତି, କିନ୍ତୁ ତାଙ୍କ ସ୍ୱର ଏବଂ ତାଙ୍କ ଆଖିରୁ ଜଣାପଡୁଛି ସେ ଦୁଃଖୀ ଅଛନ୍ତି । ସେ ତାଙ୍କର ନିର୍ବନ୍ଧ ମୁଦି ପିନ୍ଧି ନାହାଁନ୍ତି ।" ଅନ୍ୟ ଜଣେ ଏକ୍ସ ୟୁଜର ଲେଖିଛନ୍ତି ଯେ, ତାଙ୍କ ହାତରେ ମେହେନ୍ଦି ନଥିଲା, ଅର୍ଥାତ୍ ଏହା ତାଙ୍କ ନିର୍ବନ୍ଧ ପୂର୍ବରୁ ସୁଟ୍ କରାଯାଇଥିଲା ।

ସ୍ମୃତି-ପଲାଶଙ୍କ ଏହି ହାଇପ୍ରୋଫାଇଲ ବିବାହ ଟଳିବା ପରେ କେବେ ହେବେ ତାକୁ ସମସ୍ତେ ଚାହିଁ ରହିଛନ୍ତି । କେହି କେହି ବାହାଘର ଭାଙ୍ଗି ଯାଇଥିବା ଅନୁମାନ କରୁଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଖବର ଚର୍ଚ୍ଚାକୁ ଆସୁଛି କି ଡିସେମ୍ବର ୭ରେ ଦୁହିଁଙ୍କର ବାହାଘର ହେବେ । ଏହି ନୂଆ ତାରିଖକୁ ସ୍ମୃତି ମନ୍ଧାନାଙ୍କ ଭାଇ ଶ୍ରବଣ ଖାରଜ କରିଛନ୍ତି । ସାକ୍ଷାତକାରରେ ଶ୍ରବଣ କହିଛନ୍ତି, ଏହି ଗୁଜବ ନେଇ ମୋ ପାଖରେ କିଛି ସୂଚନା ନାହିଁ । ବାହାଘରର ଏବେ ବି ସ୍ଥଗିତ ଅଛି ।