ଅଷ୍ଟ୍ରେଲିଆରେ ଶରଣ ଉଦ୍ୟମ ପଡିଲା ମହଙ୍ଗା, ଇରାନ ମହିଳା ଫୁଟବଲ କ୍ୟାପ୍ଟେନଙ୍କ ପରିବାର ଉପରେ ପଡୁଛି ଚାପ

NEWS7
questions-asked-during-upsc-ias-interview

ତେହେରାନ ୧୫।୩: ଇରାନ ମହିଳା ଫୁଟବଲ ଟିମ୍ କ୍ୟାପ୍ଟେନ ଜହରା ଗନବରୀଙ୍କ ପରିବାରକୁ କଥିତ ରୂପ ଧମକ ମିଳୁଛି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ ଏହି ଦାବି କରିଛି। ରିପୋର୍ଟ ଅନୁସାରେ ଇରାନ ସୁରକ୍ଷା ଏଜେନ୍ସୀମାନେ ଖାସ କରି ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଇଣ୍ଟେଲିଜେନ୍ସୀ ୟୁନିଟି ଗନବରୀଙ୍କ ମାଆଙ୍କୁ ଧମକ ଦେଇଛି। ଗନବାରୀ ବର୍ତ୍ତମାନ କୁଆଲଲମ୍ପୁରରେ ଅଛନ୍ତି। ତାଙ୍କ ସାଥୀ ଖେଳାଳି ମାନେ ଏହି ସୂଚନା ତାଙ୍କ ନିକଟକୁ ପହଞ୍ଚାଇଛନ୍ତି।

ଗନବରୀ ଇରାନ ମହିଳା ଜାତୀୟ ଟିମ୍ ର ସବୁଠୁ ଅଧିକ ଗୋଲ ସ୍କୋର କରିଥିବା ମହିଳା ଫୁଟବଲର। ସେ ଗତ ସପ୍ତାହରେ ଅଷ୍ଟ୍ରେଲିଆକୁ ଶରଣ ମାଗିଥିଲେ। ରିପୋର୍ଟରେ ଏହା ବି କୁହାଯାଇଛି ଯେ ଟିମର ଜନୈକ ଷ୍ଟାଫ ମେମ୍ବର ଜୋହରା ସୋଲତାନ ମୋଶକେହ-କାର ସେହି ଖେଳାଳିଙ୍କ ନିକଟକୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ଯେଉଁମାନେ ଅଷ୍ଟ୍ରେଲିଆରେ ଶରଣ ନିବେଦନ କରିଛନ୍ତି। ସେହିପରି ଅନ୍ୟ ଖେଳିଙ୍କ ପରିବାର ଭୟେସ ମ୍ୟାସେଜରେ ସେମାନଙ୍କୁ ଘରକୁ ଫେରି ଆସିବାକୁ ନିବେଦନ କରିଛନ୍ତି।

କାହିଁକି ବିବାଦରେ ଇରାନ ମହିଳା ଫୁଟବଲ ଟିମ୍?
ଏସିୟାନ କପ ଖେଳିବାକୁ ଯାଇଥିବା ଇରାନ ମହିଳା ଫୁଟବଲ ଟିମ୍ ର ୭ ଜଣ ସଦସ୍ୟ ଅଷ୍ଟ୍ରେଲିଆ ଶରଣ ମାଗିଥିଲେ। ଏହି ଖେଳାଳିଙ୍କୁ ଇରାନରେ ‘ଦେଶଦ୍ରୋହୀ’ କୁହାଯାଇଥିଲା। କାରଣ ସେମାନେ ମ୍ୟାଚ୍ ପୂର୍ବରୁ ବାଜୁଥିବା ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଦେଇଥିଲେ। ହେଲେ ପରେ କିଛି ଖେଳାଳି ସେମାନଙ୍କ ନିଷ୍ପତ୍ତି ବଦଳାଇଥିଲେ। ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ ଟୋନି ବର୍କ କହିଛନ୍ତି ଯେ ରାତାରାତ ୩ ମହିଳା ଖେଳାଳି ଟିମ୍ ସହିତ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଷ୍ଟ୍ରେଲିଆ ସରକାର ଖେଳାଳିମାନଙ୍କୁ ଶରଣ ନେବାକୁ ବିକଳ୍ପ ଦେଇଥିଲେ। ହେଲେ ସେମାନେ ଶରଣ ନେବେ କି ନା ସେ ନେଇ ନିଷ୍ପତ୍ତି କରିପାରିନଥିଲେ।

ଟିମ୍ ର ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ
ମାନବାଧିକାର ସଙ୍ଗଠନମାନେ କହିଛନ୍ତି ଯେ ପ୍ରାୟତଃ ଇରାନ ସରକାର ବିଦେଶରେ ଥିବା ଖେଳାଳିଙ୍କ ଉପରେ ଚାପ ପକାଇବା ପାଇଁ ସେମାନଙ୍କ ପରିବାରକୁ ଧମକାଇଥାନ୍ତି ଅଥବା ସେମାନଙ୍କ ସମ୍ପତ୍ତି ଜବତ କରିଥାନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଆଲବାନିଜ ଏହି ମହିଳା ଖେଳାଳିଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଅଷ୍ଟ୍ରେଲିଆ ସେମାନଙ୍କୁ ସୁରକ୍ଷିତ ଭବିଷ୍ୟତ ଦେବାକୁ ମଧ୍ୟ ସକ୍ଷମ। ଏଥିରେ ଇରାନ ଫୁଟବଲ ଆସୋସିଏସନ ଅଭିଯୋଗ କରିଛି ଯେ ଅଷ୍ଟ୍ରେଲିଆ ଆମ ଖେଳାଳିଙ୍କୁ ଅପହରଣ କରିଛି ଓ ସେମାନଙ୍କ ନିଜ ଦେଶ ବିରୋଧରେ ଯିବାକୁ ବାଧ୍ୟ କରିଛି।