LIVE TV

କରୋନା: ଶବ ଖୋଜୁଛି ମଶାଣି, ଖୋଲାରେ ସତ୍କାର ହେଉଛି ମୃତଦେହ

NEWS7

ରାଇରଙ୍ଗପୁର, ୧/୫: ଶବ ଖୋଜୁଛି ମଶାଣି । ଗତକାଲି କରନାରେ ମୃତ୍ୟୁହୋଇଥିବା ବେଳେ ଜୈନିକବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ସ୍ଥାନୀୟ ପ୍ରଶାସନକୁ ନାକେଦମ ହବାକୁ ପଡିଛି ।

ଏପରି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପାତେପାଣିର ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପୌର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ପୌର ପ୍ରଶାସନ ସହର ମଧ୍ୟରେ ଯାଇଥିବା ଖଡ଼ଖାଇ ନଦୀ କୂଳରେ ୱାର୍ଡ ନମ୍ବର ୭ ନିକଟରେ ଥିବା ପୌରପାଳିକାର ଡ଼ମ୍ପିଙ୍ଗ ୟାର୍ଡ଼ ନିକଟରେ ଶବ ସତ୍କାର କରିବାକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ଶିକାର ହୋଇଛନ୍ତି ।

୨୪ ଘଣ୍ଟା ପରେ ମଧ୍ୟ ମୃତଦେହ ସତ୍କାର ନ ହୋଇ ପଡି ରହିବା ଓ ଅସହ୍ୟ ଗରମ କାରଣରୁ ମୃତଦେହରୁ ଗନ୍ଧ ହବାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ପୌର ପ୍ରସାଶନ ଦ୍ୱାରା କରନାରେ ମୃତ ରୋଗୀଙ୍କ ମୃତଦେହ ସତ୍କାର ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ନ କରି ପାରିବା ନେଇ ପୌର ପ୍ରଶାସନର ଆନ୍ତରିକତା ଓ ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।