ପରୀକ୍ଷା ଦେବାକୁ ଯିବାବେଳେ ଯୁକ୍ତ ୨ ଛାତ୍ରୀଙ୍କ ଗଳାକାଟିଲେ ଦୁର୍ବୃତ୍ତ, ଏସ୍‌ପି କହିଲେ- ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

NEWS7
question-raised-regarding-delay-in-investigation-on-sexual-harassment-allegation-against-credit-co-operative-society-president

କୋଣାର୍କ ୬।୩: କଲେଜ ଛାତ୍ରୀଙ୍କ ଗଳାକାଟି ହତ୍ୟା ଉଦ୍ୟମ । ପୁରୀ ଜିଲ୍ଲା ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଇଥିବା ବେଳେ ନାଗପୁର ମୁଗୁରିଆ ଠାରେ ଛାତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଗୋପ ମେଡିକାରରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳ ଛାଡ଼ି ଦୁର୍ବୃତ୍ତ ଫେରାର । ଆକ୍ରମଣ କାରଣ ଅସ୍ପଷ୍ଟ ରହିଛି ।

ଏ ଖବର ବି ପଢ଼ନ୍ତୁ:- କୁକୁର ଛୁଆକୁ ମାଡ଼ ବେଳେ ପ୍ରତିବାଦ କରି ଝିଆରୀ ଆକ୍ରମଣର ଶୀକାର, ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର

ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ ଗୋପ କଲେଜରେ ଯୁକ୍ତ ୨ରେ ପଢ଼ୁଥିଲେ । ଶୁକ୍ରବାର ଯୁକ୍ତ ୨ର କେମେଷ୍ଟ୍ରି ପରୀକ୍ଷା ଥିବାରୁ ସେ ସକାଳ ୮ଟାରେ ସାଇକଲେ ଯୋଗେ ଗୋପ କଲେଜକୁ ଯାଉଥିଲେ । ଏହି ସମୟରେ ନିଛାଟିଆ ଜାଗା ଦେଖି ଗୋପ ଥାନା ଅନ୍ତର୍ଗତ ନାଗପୁର ମୁଗୁରିଆ ରାସ୍ତାରେ ଛାତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଫଳରେ ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଫଳରେ ଦୁର୍ବୃତ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଗୋପ ମେଡିକାରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଛାତ୍ରୀଙ୍କ ବେକ ଓ ଶରୀରରେ ଆଘାତ ଲାଗିଥିବା ବେଳେ ଗୋପ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏ ଖବର ବି ପଢ଼ନ୍ତୁ:- ହୋଲି ଖୁସି ରହିଲାନି ବେଶୀ ସମୟ ; ଛୁଟି ସାରି ଫେରୁଥିଲେ, ଟ୍ରେନ୍‌ରେ ଛକିଥିଲା ଯମ

ସେପଟେ ଏହି ଘଟଣାରେ ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି, ଏହି ଘଟଣା ପୋଲିସ ନଜରକୁ ଆସିଛି । ନିମାପଡ଼ା ଏସ୍ଡିପିଓ ଆହତ ଛାତ୍ରୀଙ୍କୁ ଭେଟି ପଚରାଉଚରା କରିଛନ୍ତି । ବ୍ଲେଡ କି ଲୁହା ଦ୍ବାରା ଆଘାତ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଏସ୍ପି କହିଛନ୍ତି ।