ବଢ଼ୁଥିବା ପ୍ରତିବାଦ, ଇସଲାମିକ୍ ବିପ୍ଳବ ଓ ଜନସାଧାରଣଙ୍କ ଆକ୍ରୋଶ...୪୭ ବର୍ଷ ଦୁଇ ଦେଶର ଶତ୍ରୁତା...

NEWS7
question-hour-of-odisha-assembly

ନୂଆଦିଲ୍ଲୀ ୧୪/୦୨: ୧୯୭୯ ଇସଲାମିକ ବିପ୍ଳବ ପରଠୁ ୪୭ ବର୍ଷ ମଧ୍ୟରେ, ସରକାର ବିରୋଧୀ ପ୍ରତିବାଦ ଏତେ ବ୍ୟାପିନି । ଯାହା ଜଣାପଡିଛି ଆମେରିକା ପୁଣି ଥରେ ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଛି । ଇରାନ ନାମରେ ଜଣାଶୁଣା ପାରସ୍ୟ ସାମ୍ରାଜ୍ୟ ଦେଶକୁ ୨୫୦୦ ବର୍ଷ ଧରି ବିଭିନ୍ନ ରାଜାଙ୍କ ଅଧୀନରେ କରିଥିଲା ଶାସନ । ଯେଉଁମାନେ ଶାହ ଭାବରେ ଜଣାଶୁଣା ଥିଲେ । ୧୯୫୦ ମସିହାରେ, ଇରାନର ଲୋକେ ଜଣେ ଧର୍ମନିରପେକ୍ଷ ରାଜନେତା, ମହମ୍ମଦ ମୋସାଦେକଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଥିଲେ।

କ୍ଷମତାକୁ ଆସିବା ପରେ, ମୋସାଦେକ ଇରାନ ତେଲର ଲାଭ ସିଧାସଳଖ ତାଙ୍କ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଣ କରିଥିଲେ । ଏଥିପାଇଁ ବ୍ରିଟିଶ ଓ ଆମେରିକୀୟ ପେଟ୍ରୋଲିୟମ ହୋଲ୍ଡିଂଗୁଡ଼ିକୁ ଜାତୀୟକରଣ କରିଥିଲେ। ଏହା ଏପରି ଏକ ସମୟ ଥିଲା ଯେତେବେଳେ ବିଶ୍ୱ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ବାହାରିଥିଲା । ଆମେରିକା, ନିଶ୍ଚିତ ଥିଲା ଯେ ଏହାର ଏକ ମହାଶକ୍ତି ହେବା ପାଇଁ ସମ୍ଭାବନା ଓ ସୁଯୋଗ ଉଭୟ ଅଛି ।

​​​​​​​

୧୯୫୩ ମସିହାରେ ମୋସାଦେକଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବ୍ରିଟେନ ସହିତ ଷଡ଼ଯନ୍ତ୍ର କରିଥିଲା । ଗଣତାନ୍ତ୍ରିକ ଦେଶକୁ ରାଜତନ୍ତ୍ରରେ ପରିଣତ କରିଥିଲା । ମହମ୍ମଦ ରେଜା ପହଲଭିଙ୍କୁ ଇରାନର ନୂତନ ଶାହ ଭାବରେ ପ୍ରତିଷ୍ଠା କରିଥିଲା । ୨୨ ବର୍ଷୀୟ ଶାହ ତାଙ୍କ ଅଶାଳୀନତା ଓ ଅତ୍ୟଧିକ ଖର୍ଚ୍ଚ ପାଇଁ ବେଶ୍ ଫେମସ ଥିଲେ । କୁହାଯାଏ ଯେ ତାଙ୍କ ସ୍ତ୍ରୀ ପାଣିରେ ନୁହେଁ, କ୍ଷୀରରେ ଗାଧୋଉଥିଲେ ।

ଶାହଙ୍କ ମଧ୍ୟାହ୍ନ ଭୋଜନ ପ୍ରତିଦିନ ପ୍ୟାରିସରୁ ବିମାନରେ ଆସୁଥିଲା । ହେଲେ ଭୋକରେ ମରୁଥିଲେ ତାଙ୍କ ନିଜ ଦେଶର ଲୋକ । ପହଲଭି ରାଜବଂଶକୁ ବିପଦ ନଆସୁ ଓ କ୍ଷମତା ଚାଲି ନଯାଉ ସେ ଟାର୍ଗେଟରେ ଥିଲେ ମହମ୍ମଦ ରେଜା ପହଲଭି । ଏଥିପାଇଁ ଲଗାଇଥିଲେ କଳ ବଳ, କୌଶଳ । ପ୍ରତିଷ୍ଠା କରିଥିଲେ ନିଷ୍ଠୁର ଆଭ୍ୟନ୍ତରୀଣ ପୋଲିସ ବାହିନୀ । ଯାହାର ଏକମାତ୍ର କାର୍ଯ୍ୟ ଥିଲା ବିରୋଧୀ ସ୍ୱରକୁ ସେମାନେ ଆକର୍ଷଣ କରିବା ପୂର୍ବରୁ ଦମନ କରିବା। ଆସନ୍ତୁ ଜାଣିବା ପୂରା ଘଟଣା...