LIVE TV

କୁକୁଡ଼ା ଭାଡ଼ିରୁ ଅଜଗର ଉଦ୍ଧାର

NEWS7

ରାଇରଙ୍ଗପୁର୧୨/୧୧: କୁକୁଡ଼ା ଭାଡ଼ିରୁ ୬ ଫୁଟିଆ ଅଜଗର ଉଦ୍ଧାର। ରାଇରଙ୍ଗପୁର ବନଖଣ୍ଡ ନାଉଯୋଡ଼ା ଗ୍ରାମର ଚୈତନ କୁମ୍ଭକାରଙ୍କ କୁକୁଡ଼ା ଭାଡ଼ିରୁ ଅଜଗର ପଶିଥିଲା। କୁକୁଡ଼ାମାନେ ଅଜଗରକୁ ଦେଖି ଏଣେତେଣେ ଚାଲି ଯାଇଥିଲେ। ଏହି ସଂପର୍କରେ ଜାଣିବା ପରେ ରାଇରଙ୍ଗପୁର ପ୍ରାଣୀ ସମ୍ପଦ ବିଭଗରେ କାର୍ଯ୍ୟରତ କର୍ମଚାରୀ ଚିରଞ୍ଜିବି ସିଂ, ଯିଏ କି ସାପ ଧରିବାରେ ପାରଙ୍ଗମ ସେ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିବା ସହ ରାଇରଙ୍ଗପୁର ରେଞ୍ଜ ଅଫିସରେ ଅଜଗରକୁ ହସ୍ତାନ୍ତର କରିଥିଲେ।

{"id":360855,"sizeSlug":"large"}

ଜଙ୍ଗଲ ବିଭାଗର କର୍ମଚାରୀ ସହର ଉପକଣ୍ଠରେ ଥିବା ଦୁବୁଲାବେଡା ଜଙ୍ଗଲରେ ଅଜଗରକୁ ଛାଡିଥିଲେ। ତେବେ ରାଇରଙ୍ଗପୁର ରେଞ୍ଜରେ ଜଣେ ତାଲିମପ୍ରାପ୍ତ ସାପ ଧରାଳିକୁ ନିଯୁକ୍ତି ପାଇଁ ସାଧାରଣରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ।