ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ଗୁରୁତର ବ୍ୟବସାୟୀ ମେଡିକାଲରେ ଭର୍ତ୍ତି

NEWS7
puri-district-congress-office-turned-battle-field-in-presence-of-state-senior-congress-leaders

ଯାଜପୁର ୬।୩: ହୋଟେଲ ବ୍ୟବସାୟକୁ ନେଇ ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ବ୍ୟବସାୟୀ ଗଣ୍ଡଗୋଳରେ ହୋଇଛି ଭୁଜାଲି ମାଡ । ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଅକ୍ଷୟ ଦାସ ବୋଲି ଜଣାପଡିଛି । ଯାଜପୁର ବିଂଝାରପୁର ଥାନା ବାଳମକୁଳି ଛକରେ ଘଟିଛି ଘଟଣା ।

ଏ ଖବର ବି ପଢ଼ନ୍ତୁ:- ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି, ଗୁଜରାଟ ଭଳି ଏଠାରେ ମଧ୍ୟ ବିକାଶ ହେବ

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ଛକରେ ଥିବା ଦୁଇ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗଣ୍ଡଗୋଳର ରୂପ ନେଇଥିଲା । ଗଣ୍ଡଗୋଳ ବେଳେ ଅକ୍ଷୟ ଦାସଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ପ୍ରଥମେ ବିଂଝାରପୁର ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।