LIVE TV

ହଂକଂରେ ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ; ୪ ମୃତ, ଫସି ରହିଛନ୍ତି ଅନେକ

NEWS7
puri-custody-death-case-baseli-sahi-police-station-iic-transferred-during-investigation

ନୂଆଦିଲ୍ଲୀ: ଚୀନର ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ । ବଡ଼ ବଡ଼ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳିଯାଇଛି ନଭଶ୍ଚୁମ୍ଭୀ ଅଟ୍ଟାଳିକା । ତାଇ ପୋ ଜିଲ୍ଲାରେ ଥିବା ଓ୍ବାଙ୍ଗ ଫୁକ୍ କୋର୍ଟ ହାଇସିଂ କଂମ୍ଲେକ୍ସରେ ନିଆଁ ଲାଗି ୪ ଜଣଙ୍କର ଜୀବନ ଯାଇଛି । ଅନେକ ଲୋକ ଏବେ ବି ବିଲ୍ଡିଂ ଭିତରେ ଫସି ରହିଛନ୍ତି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି । ତେବେ ୪ ମୃତକଙ୍କ ମଧ୍ୟରେ ଜଣେ ଅଗ୍ନଶମ ବାହିନୀର ଯବାନ ମଧ୍ୟ ଅଛନ୍ତି ।

ଅଗ୍ନିକାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏଥିରୁ ଜଣାପଡ଼ିଛି ଯେ, ପାଖାପାଖି ଥିବା ୫ଟି ବଡ଼ ବିଲ୍ଡିଂରେ ନିଆଁ ଲାଗିଛି । ଅଗ୍ନିଶମ ଅଧିକାରୀଙ୍କ ଅନୁସାରେ, ଏହ ସବୁ ବିଲ୍ଡିଂରେ ଆଉ କେତେ ଲୋକେ ଫସି ରହିଛନ୍ତି ସେନେଇ ଜଣା ପଡ଼ିନାହିଁ । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି ।

ନିଆଁକୁ ଆୟତ୍ତ କରିବାକୁ ଯାଇ ଅନେକ ଅଗ୍ନିଶମ ଅଧିକାରୀ ଆହତ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଓ୍ବାଙ୍ଗ ଫୁକ୍ କୋର୍ଟ ଆବାସିକ ଅଞ୍ଚଳରେ ମୋଟ ୨୦୦୦ ଆପାର୍ଟମେଣ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, ଆପାର୍ଟମେଣ୍ଟ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଛି । ସେପଟେ କେତେକ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା ।

ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ସମେତ ଉଚ୍ଚକୁ ଉଠୁଥିବା ଧୂଆଁ ମଧ୍ୟ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି କରିଛି । ହଂକଂର ଉତ୍ତରରେ ଥିବା ତାଇ ପୋ ଚୀନ୍ର ମୁଖ୍ୟ ସହର ଶେନଜେନ୍ ସୀମାରେ ଅବସ୍ଥିତ । ସେଠାକେ ବିଲ୍ଡିଂର ନବୀକରଣ କାର୍ଯ୍ୟ ପାଇଁ ବାଉଁଶର ବ୍ୟବହାର କରାଯାଏ । ଆଉ ଏହି ବାଉଁଶ ଯୋଗୁଁ ନିଆଁ ଅଣାୟତ୍ତ ହୋଇପଡ଼ିଥିବା କୁହାଯାଉଛି ।