LIVE TV

ପ୍ରଥମ ଥର ସ୍ଵାମୀଙ୍କ ସହ ମସଜିଦରେ ପହଞ୍ଚିଲେ ସୋନାକ୍ଷୀ, ଟ୍ରୋଲରଙ୍କୁ ଜବାବ୍ ଦେଲେ ଜହୀର

NEWS7
puri-couple-get-ginius-record-by-using-general-transport-service

ନୂଆଦିଲ୍ଲୀ ୧୬।୧୧; ବଲିଉଡର କ୍ୟୁଟେଷ୍ଟ କପଲ ସୋନାକ୍ଷୀ ସିହ୍ନା ଓ ସ୍ବାମୀ ଜହୀର ଇକବାଲ। ତାଙ୍କ କେମେଷ୍ଟ୍ରି ପ୍ରାୟ ସମସ୍ତଙ୍କୁ ଖୁବ୍ ପସନ୍ଦ। ଦୁହିଁଙ୍କ ମଜାମସ୍ତିର ଫଟୋ ଆଉ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏବେ ସୋନାକ୍ଷୀଙ୍କର ଆଉ ଏକ ବ୍ଲଗ୍ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୋନାକ୍ଷୀ ଓ ଜହୀର ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସୋନାକ୍ଷୀ ମସଜିଦ୍ ଯିବାକୁ ବେଶ୍ ଆଗ୍ରହୀ ଜଣାପଡ଼ୁଛନ୍ତି । ଆଉ ତାଙ୍କ ସ୍ବାମୀ ଜହୀର କହିଛନ୍ତି ମୁଁ ସୋନାକ୍ଷୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଆଣିନି ।

ସୋନାକ୍ଷୀ ଓଜହୀରଏବେ ଆବୁଧାବୀରେ ଅଛନ୍ତି । ସେମାନଙ୍କୁ ସେଠିକାର ଟୁରିଜିମ୍ ପ୍ରମୋସନ ପାଇଁ ସୁଯୋଗ ମିଳିଛି । ଭିଡିଓରେ ସୋନାକ୍ଷୀଙ୍କୁ ମସଜିଦ ଯିବାକୁ ଉତ୍ସାହୀ ଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଅନେକ ପ୍ରଶଂସା କରୁଥିବାବେଳେ ଅନେକ ତାଙ୍କୁ ଟ୍ରୋଲ କରିଛନ୍ତି । ଟ୍ରୋଲରଙ୍କୁ ଜାହିର କହିଛନ୍ତି , ସେ ସୋନାକ୍ଷୀଙ୍କୁ ତାଙ୍କ ଧର୍ମ ବଦଳାଇବାକୁ ମସଜିଦକୁ ଆଣିନାହାନ୍ତି ବରଂ ସେ ଦୁହେଁ ଆବୁଧାବୀରେ ଅଛନ୍ତି । ତାଙ୍କର ଏହି ଯାତ୍ରା ସାଧାରଣ ହେବାକୁ ଯାଉଛି । ଆବୁଧାବୀ ସହରର ସୌନ୍ଦର୍ଯ୍ୟ ଦେଖିବାକୁ ସେଠିକାର ସରକାରଙ୍କ ପକ୍ଷରୁ ସୁଯୋଗ ମିଳିଛି । ଦୁହେଁ ସୁନ୍ଦର ଯାତ୍ରା ପାଇଁ ପ୍ରସ୍ତୁତି କରିଆସିଛନ୍ତି ।ଏହି ଟ୍ରିପକୁ ନେଇ ସୋନାକ୍ଷୀ ବି ବହୁତ ଏକ୍ସାଇଟେଡ୍ ଅଛନ୍ତି । ସୋନାକ୍ଷୀ କହିଛନ୍ତି,’ ସେ ଆଗରୁ ମନ୍ଦିର ଏବଂ ଚର୍ଚ୍ଚ ଯାଇଛନ୍ତି । କିନ୍ତୁ ଏବେ ପ୍ରଥମ ଥର ପାଇଁ ସେ ମସଜିଦ୍ ଭିତରକୁ ଯାଉଛନ୍ତି । ଏ ମସଜିଦ୍ ପ୍ରକୃତରେ ବହୁତ ସୁନ୍ଦର ।

ଡେଟିଂର ୭ ବର୍ଷର ପରେ ୨୦୨୪ ଜୁନରେ ସୋନା ଓଜହୀରବିବାହ କରିଥିଲେ। ପ୍ରଥମେ କୋର୍ଟ ମ୍ୟାରେଜ କରିବା ପରେ ଗ୍ରାଣ୍ଡ ରିସେପ୍ସନର କରିଥିଲେ । ଏଥିରେ ଶତ୍ରୁଘ୍ନ ସିହ୍ନା ଓ ପୁନମ୍ ସିହ୍ନା ଝିଅ ସୋନାକ୍ଷୀଙ୍କୁ ଆର୍ଶୀବାଦ ଦେଉଥିବା ଦେଖିବାକୁ ମିଳିଥିଲା।ତେବେ ତା’ ପୂର୍ବରୁ ଝିଅ ସୋନାକ୍ଷୀକୁ ନିଜ ସମ୍ପତ୍ତିର କିଛି ଭାଗ ଦେବେନି ବୋଲି ସର୍ବ ସମ୍ମୁଖରେ କହିଥିଲେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା। ସେସମୟରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ପରେ ସୋନାଙ୍କ ବିବାହ ଦୁଇ ଭାଇ ସାମିଲ ନଥିବା ନେଇ ଆଲୋଚନା ହୋଇଥିଲା ।