ଶାସକ ଦଳକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ, ତାରା କହିଲେ- ‘ମଣ୍ଡି ସମସ୍ୟା କହିଲାରୁ ମୁହଁ ବୁଲାଉଛନ୍ତି'

NEWS7
punjilaal-meher-failed-to-escape-from-patnagarh-jail

ଭୁବନେଶ୍ୱର ୨୩।୦୧: ବିଧାନସଭାରେ ମଣ୍ଡି ତାତି। ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ। କଂଗ୍ରେସ ଓ ବିଜେଡି ବିଧାୟକଙ୍କ ହଟ୍ଟଗୋଳରେ କମ୍ପୁଛି ବିଧାନସଭା। ଗୃହ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି।

ଏ ଖବର ବି ପଢନ୍ତୁ:-ଷଷ୍ଠ ଦିନରେ ବି ଗୃହ ଅଚଳ, ସାଢେ ୧୧ଟା ଯାଏଁ ବିଧାନସଭା ମୁଲତବୀ

ସେ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ସରକାରୀ ଦଳ ଇଛା କରୁ ନାହାନ୍ତି। ବଜେଟ୍ ବେଳେ ଆଲୋଚନା କରି ଗୃହ ଚଳାଇଲେ। ଆମେ ମଣ୍ଡି ସମସ୍ୟାକୁ ନେଇ ମୁଲତବୀ ଦେଇଥିଲୁ। ହେଲେ ସରକାର ଆଲୋଚନାକୁ ଗଲେ ନାହିଁ। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିଛି। ସରକାର ଏହା ଦେଖୁ ନାହାଁନ୍ତି।

​​​​​​​

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ବିଶ୍ୱରେ ଏପଷ୍ଟିନ୍ ଫାଇଲକୁ ନେଇ ଚର୍ଚ୍ଚା ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଲିଙ୍କ ଅଛି। ବିଶ୍ୱର ଅନେକ ଦେଶରେ କାର୍ଯ୍ୟାନୁଷ୍ଠାନ ହେଉଛି। ଭାରତରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। କାହିଁକି ସିବିଆଇ ତଦନ୍ତ ହେବ ନାହିଁ। ଦେଶର ଅନେକ ରାଜ୍ୟରେ ଏ ଉପରେ ଆଲୋଚନା ହେଉଥିବା ବେଳେ ଆମେ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛୁ ବୋଲି କଂଗ୍ରେସ ବିଧାୟକ କହିଛନ୍ତି।

ଏ ଖବର ବି ପଢନ୍ତୁ:- ଗୋଟିଏ ମ୍ୟାଚ୍ ଜିତି ବି ଭାରତ ଖେଳିବ ସେମି ଫାଇନାଲ୍ ! ଟିମ୍ ଇଣ୍ଡିଆ ପାଖରେ ରହିଛି ଦୁଇଟି ଅପସନ୍