LIVE TV

ଆଡିଲେଡ୍ ODI: କୁଲଦୀପ ଇନ୍, ନୀତିଶ-ସୁନ୍ଦର କିଏ ପଡିବେ ବାଦ୍, ଅଷ୍ଟ୍ରେଲିଆରେ ୨ ପରିବର୍ତ୍ତନ

NEWS7
punit-reprimanded-to-mukesh-for-blaming-by-sonkhi

ଆଡିଲେଡ୍‌,୨୩/୧୦ : ଅଷ୍ଟ୍ରେଲିଆ-ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଡିଲେଡରେ ଖେଳାଯିବ । ପର୍ଥରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ସ୍ଥାନୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷାର ସମ୍ଭାବନା ନାହିଁ । ଘରୋଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାର ଅପେକ୍ଷାରେ ରହିଥିବାବେଳେ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଦୁଇ ଦଳ ଆଡିଲେଡରେ ଶକ୍ତି ପରୀକ୍ଷା ଦେବେ ।

ମ୍ୟାଚ୍‌ ଭାରତୀୟ ସମୟ ସକାଳ ୯ଟାରୁ ଆରମ୍ଭ ହେବ । ପର୍ଥରେ ଜୋସ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କ ଯେମିତି ପ୍ରାରମ୍ଭରୁ ଘାତକ ସାଜିଥିଲେ ତାହା ଅତି ଅଦ୍ଭୁତ ରହିଥିଲା । ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର ଓ ଅଧିନାୟକ ଶୁଭମନ ଗିଲ ମାତ୍ର ୪୫ ରନ ମଧ୍ୟରେ ପାଭିଲିୟନ ଫେରି ଯାଇଥିଲେ । ଚାମ୍ପିଅନ୍ସ ଟ୍ରଫି ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିଥିବା ଦୁଇ ଭେଟେରାନ ରୋହିତ ଓ କୋହଲି ପ୍ରଶଂସକଙ୍କୁ ନିରାଶ କରିଥିଲେ । କିନ୍ତୁ ଆଲିଲେଡ୍‌ରେ ପିଚ ବ୍ୟାଟିଂକୁ ସୁହାଇବ ।

ତେଣୁ ଏଠାରେ ‘ରୋକୋ’ ଯୋଡ଼ି କିଛି ଚମତ୍କାର କରି ଦେଖାଇବେ ବୋଲି ଆଶା କରାଯାଉଛି । ତେବେ ଆଡିଲେଡ୍ ଦିନିକିଆ ପାଇଁ କୁଲଦୀପ ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । କିନ୍ତୁ କେଉଁ ବୋଲରଙ୍କ ରିପ୍ଲେସ ସାଜିବେ କୁଲଦୀପ, ତାହା ପ୍ରଶ୍ନବାଚୀ । କୁଲଦୀପ ଆସିଲେ ନୀତିଶ କୁମାର ରେଡ୍ଡୀ କିମ୍ବା ହର୍ଷିତ ରାଣାଙ୍କୁ ବାଦ ଦିଆଯାଇପାରେ । କାରଣ ଅନ୍ୟ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ ବୋଲି କୁହାଯାଉଛି ।