Live Live
LIVE

ହରମୁଜ କବ୍‌ଜା କରିବାକୁ ଟ୍ରମ୍ପଙ୍କ ଧମକ ପରେ ଇରାନର କଡ଼ା ମେସେଜ୍, ଗୋଟିଏ ଲିଟର ବି ତେଲ ନେଇପାରିବନି

NEWS7
punes-housemaid-visiting-card-goes-viral-in-social-media

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦୃଢ଼ ଜବାବ। ଯଦି ଆକ୍ରମଣ ଜାରି ରହେ ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ ବୋଲି କହିଲା ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଷ୍ଟ୍ରେଟ୍ ଅଫ୍ ହରମୁଜକୁ କବ୍‌ଜା କରିବା ନେଇ ବୟାନ ଦେବା ପରେ ଇରାନ ପକ୍ଷରୁ ଏଭଳି ପ୍ରତିକ୍ରିୟା ଆସିଛି।

ଇରାନ ଓମାନ ମଧ୍ୟ ଦେଇ ଯାଇଥିବା ୩୨ କିମି ଓସାରର ଏହି ଏକ ସଂକୀର୍ଣ୍ଣ ଜଳପଥ ହେଉଛି ଷ୍ଟ୍ରେଟ୍ ଅଫ ହରମୁଜ। ଏହି ରାସ୍ତା ଦେଇ ବିଶ୍ୱର ୨୦% ତୈଳ ରପ୍ତାନୀ ହୋଇଥାଏ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଇରାନ ଏହି ଜଳପଥକୁ ବନ୍ଦ କରି ଦେଇଛି। ଫଳରେ ସାରା ବିଶ୍ୱରେ ବର୍ତ୍ତମାନ ଗ୍ୟାସ ଓ ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ଭାରତରେ ତ ଏହାର ପ୍ରଭାବ ଗମ୍ଭୀର ହେଲାଣି। ଗ୍ୟାସ୍ ଯୋଗାଣ ବନ୍ଦ ଯୋଗୁ ମୁମ୍ବାଇ ଓ ବେଙ୍ଗାଲୁରୁ ହୋଟେଲଗୁଡ଼ିକ ବନ୍ଦ ହେଲାଣି।

ସୋମବାର ସିବିଏସ୍ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ଯଦି ତେହେରାନ ବିଶ୍ୱ ତୈଳ ପ୍ରବାହରେ ହସ୍ତକ୍ଷେପ କରେ, ତେବେ ଏହା "ଇରାନର ଅନ୍ତ" ହେବ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଟ୍ରମ୍ପ ଇଣ୍ଟରଭ୍ୟୁରେ କହିଛନ୍ତି “ସେମାନେ ଯାହା କିଛି ବନ୍ଦ କରିବାର ଥିଲା କରିଛନ୍ତି, ସେମାନେ ଆଉ କିଛି ସୁନ୍ଦର ପ୍ରୟାସ ନକରିବା ଭଲ, ନଚେତ୍ ଏହା ସେହି ଦେଶର ଅନ୍ତ ହେବ। ଯଦି ସେମାନେ କିଛି ଖରାପ କରନ୍ତି, ତେବେ ତାହା ଇରାନର ଅନ୍ତ ହେବ, ଏବଂ ଆପଣ ଆଉ କେବେ ଏହି ଦେଶରେ ନାଁ ଶୁଣିବେ ପାରିବେ ନାହିଁ।” ଟ୍ରମ୍ପ କହିଥିଲେ ଷ୍ଟ୍ରେଟ୍ ଅଫ୍ ହରମୁଜ ବର୍ତ୍ତମାନ ଖୋଲା ରହିଛି। ଏବଂ ସେ ଏହାକୁ କବ୍ଜା କରି ନେବେ ବୋଲି ଭାବୁଛୁ।

ପଢନ୍ତୁ- ଏଲପିଜି ସିଲିଣ୍ଡର ଅଭାବ; ମୁମ୍ବାଇରେ ୨୦% ହୋଟେଲ ବନ୍ଦ, ବେଙ୍ଗାଲୁରୁରେ ବି ସ୍ଥିତି ସାଂଘାତିକ

ଇରାନ ବର୍ତ୍ତମାନ ହରମୁଜ ଜଳପଥ ବନ୍ଦ କରିଥିବାରୁ ବିଶ୍ୱରେ ତୈଳ ମୂଲ୍ୟ ଅହେତୁକ ବୃଦ୍ଧି ହୋଇଛି। କ୍ରୁଡ୍ ଅଏଲେ ବ୍ୟାରେଲ ପିଛା ୧୨୦ ଡଲାର ହୋଇ ଯାଇଛି। ଯାହା ପୂର୍ବରୁ ୬୦-୭୦ ମଧ୍ୟରେ ରହିଥିଲା।

ଏହା ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରଣାଳୟ ହରମୁଜ ଦେଇ ଯାଉଥିବା ତୈଳ ଟ୍ୟାଙ୍କରକୁ ଚେତାନବୀ ଦେଇଥିଲା। ସତର୍କତାର ସହ ଯାଆସ କର ବୋଲି କହିଥିଲା। ଏହାପରେ ଟ୍ରମ୍ପ ଇଣ୍ଟରଭ୍ୟୁରେ ଏହାକୁ କବ୍ଜା କରିବା କଥା କହିଥିଲେ।