୫୦ଲକ୍ଷରୁ ଅଧିକ ଟଙ୍କାର ଗୁଟ୍ଖା ଜବତ, କିଙ୍ଗପିନ୍ ସମେତ ୬ ଗିରଫ

NEWS7
public-burnt-liquor-shop-in-ganjam

ନୟାଗଡ ୧୦।୨: ନୟାଗଡ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ କରିଛି । ନୟାଗଡ ଟାଉନ ଥାନା, ସଦର ଥାନା ଏବଂ ଇଟାମାଟି ଥାନାରେ ଏନେଇ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ଗୁଟଖା ବ୍ୟବସାୟର କିଙ୍ଗପିନ୍ କମଳ ସାହୁ, ତାର ଭାଇ ପ୍ରକାଶ ସାହୁ ଏବଂ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସଡିପିଓ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଦୁଇଟି ବୋଲେରୋ ଭ୍ୟାନ୍,  ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ଗୋଟିଏ ଆଇଚର୍ ଗାଡି ଜବତ କରିଛି ପୋଲିସ  । ଜିଲ୍ଲା ଭିତରେ ଏବଂ ବାହାରେ ଚାଲିଥିବା ବେଆଇନ ଗୁଟଖା କାରବାରକୁ ରୋକିବା ପାଇଁ ପୋଲିସର ଏକ ଟିମ୍ ଗଠନ କରାଯାଇ ଇଟାମାଟି, ବାଲୁଗାଁ ଏବଂ ଖୁଣ୍ଟୁବନ୍ଧ ଠାରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଗୁଟଖା, ଖଇନି ଆଦି ଆଣି ନୟାଗଡ ସମେତ ୩ଟି ଜିଲ୍ଲାକୁ ଏହାକୁ ସପ୍ଲାଇ କରାଯାଉଥିଲା । 

​​​​​​​

କମଳ ସାହୁ ଏବଂ ତାଙ୍କ ଭାଇ  ପ୍ରକାଶ ଦୀର୍ଘଦିନ ହେଲା ଏହି ବେପାର କରିଆସୁଥିଲେ । ବେଆଇନ ଗୁଟଖା ବେପାର ବନ୍ଦ କରିବା ପାଇଁ ଆହୁରି ଚଢାଉ ଚାଲିଛି ଏବଂ ଏଥିପାଇଁ ଦରକାର ପଡିଲେ ଗିରଫ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି ।