LIVE TV

କାର୍ଯ୍ୟକାଳ ଶେଷ ଦିନରେ CJI ଜଣାଇଲେ ତାଙ୍କ ରିଟାୟାରମେଣ୍ଟ ସ୍କିମ୍, ସରକାରୀ ପଦପଦବୀରୁ ରହିବେ ଦୂରରେ

NEWS7
pruthi-shaws-unbeaten-185-run-broke-the-record-of-dhoni-and-kohli

ନୂଆଦିଲ୍ଲୀ ୨୩।୧୧: ଭାରତର ୫୨ତମ ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭଈଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ୨୩ ନଭେମ୍ବର ରବିବାର ଚାକିରୀରୁ ଅବସର ନେଇଛନ୍ତି। ତେବେ ରିଟାୟରମେଣ୍ଟର ଠିକ୍ ପୂର୍ବରୁ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନାରେ ସେ ଅନେକ ପ୍ରସଙ୍ଗରେ ଖୋଲାଖୋଲି ନିଜର ବକ୍ତବ୍ୟ ରଖିଛନ୍ତି। ଏଥିରେ ସେ ତାଙ୍କର ଭବିଷ୍ୟତର ଯୋଜନା ସମ୍ପର୍କରେ କହିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ରିଟାୟାରମେଣ୍ଟ ପରେ କୌଣସି ସରକାରୀ ପଦପଦବୀ ସ୍ୱୀକାର କରିବେ ନାହିଁ।

ସେ କହିଛନ୍ତି ଯେ ସମାଜ ସେବା ତାଙ୍କ ରକ୍ତରେ ରହିଛି। ବିଶେଷ କରି ସେ ଆଦିବାସୀ କ୍ଷେତ୍ରରେ ସାମାଜିକ କାର୍ଯ୍ୟ କରିବା ପାଇଁ ଯୋଜନା ରଖିଛନ୍ତି। କାର୍ଯ୍ୟକ୍ରମ କାଳରେ ସ୍ୱତନ୍ତ୍ର ନ୍ୟାୟପାଳିକା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ କୌଣସି ଜଜ୍ ଯଦି ସରକାରଙ୍କ ପକ୍ଷରେ ରାୟ ଦିଅନ୍ତି ତେବେ ସେ ସ୍ୱାଧୀନ ନୁହନ୍ତି ବୋଲି କୁହାଯାଇ ପାରିବନି, କାରଣ ରାୟ ଆଇନ ଓ ସମ୍ବିଧାନ ଆଧାରରେ ଦିଆଯାଇଥାଏ। ତେବେ ସିଜେଆଇ ଏସସି/ଏସଟି ରିଜର୍ଭେସନରେ ‘କ୍ରିମି ଲେୟର’ ଲାଗୁ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ସଂରକ୍ଷଣକୁ ଅସଲ ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ।

ସିଜେଆଇଙ୍କ ଅନୁସାରେ ଯେଉଁମାନେ ବାସ୍ତବିକ୍ ଏହାର ଆବଶ୍ୟକତା କରୁଛନ୍ତି ଏହା ଦ୍ୱାରା ସେମାନଙ୍କୁ ଲାଭ ମିଳିବ। ସେହିପରି ସୋସିଆଲ ମିଡିଆକୁ ନେଇ ଗଭଈ କହିଛନ୍ତି ଯେ ‘ଏହା ଆଜିକାଲି ସମସ୍ୟା ପାଲଟି ଯାଇଛି।ଆମେ ଯାହା ନ କହୁଛେ ତାହା ଲେଖା ଓ ଦେଖା ଯାଉଛି।ଏହା କେବଳ ନ୍ୟାୟପାଳିକା ପର୍ଯ୍ୟନ୍ତ ସୀମିତ ସମସ୍ୟା ନୁହେଁ ସରକାର ଓ ଅନ୍ୟ ସାମ୍ବିଧାନିକ ସଂସ୍ଥା ମଧ୍ୟ ଏହା ଦ୍ୱାରା ପ୍ରଭାବିତ’।

ସାମ୍ବିଧାନିକ ବିତର୍କ ସମ୍ପର୍କିତ ନିଟରେ ହୋଇଥିବା ଏକ ନିଷ୍ପତ୍ତି ସମ୍ପର୍କରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ରେଫରେନ୍ସ ସମ୍ପର୍କିତ ନିଷ୍ପତ୍ତିରେ ରାଜ୍ୟପାଳ ଓ ରାଷ୍ଟ୍ରପତି ବିଲ୍ କୁ ମଞ୍ଜୁରୀ ଦେବା ପାଇଁ ସମୟ ଅବଧି ଧାର୍ଯ୍ୟ କରାଯାଇ ପାରିବନି। ଏହି ମାମଲାରେ ସେ ସ୍ପଷ୍ଟ କରିଛନ୍ତି ଯେ ଦୁଇ ସଦସୀୟ ପୀଠର ରାୟକୁ ବଦଳା ଯାଇ ନାହିଁ, ବରଂ ଭବିଷ୍ୟତ ନିମନ୍ତେ ସମ୍ଭାବିତ ବ୍ୟବସ୍ଥା ଉପରେ ରାୟ ଦିଆଯାଇଛି। ଏହା ଛଡା ନ୍ୟାୟପାଳିକାରେ ସମ୍ପର୍କୀୟଙ୍କ ନିଯୁକ୍ତି ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସିଜେଆଇ କହିଛନ୍ତି ଯେ ଏପରି ଧାରଣା ସମ୍ପୂର୍ଣ୍ଣ ଠିକ ନୁହେଁ ଯେ ଜଜ୍ ଙ୍କ ସମ୍ପର୍କୀୟ ଜଜ୍ ହୋଇ ଯାଉଛନ୍ତି। ସେ କହିଛନ୍ତି ଯେ ଏପରି ମାମଲା ମାତ୍ର ୧୦ରୁ ୧୫% ଥାଇପାରେ। ତେବେ ଯଦି ଚୟନରେ କୌଣସି ସମ୍ପର୍କୀୟଙ୍କ ନାମ ଆସେ ଏଥିରେ ଅଧିକ କୋଠର ମାନଦଣ୍ଡ ଗ୍ରହଣ କରାଯାଏ।