LIVE TV

ମନ୍ଦିର ଖୋଲିବାକୁ ଦାବି ,୯ମିନିଟ ପାଇଁ କଲେ ନିଆରା ପ୍ରତିବାଦ

NEWS7

ଭୁବନେଶ୍ୱର ୨୮।୧୦ :  ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ନିଆରା ପ୍ରତିବାଦ । ଭୁବନେଶ୍ୱର  ଫରେଷ୍ଟ ପାର୍କ ନିକଟସ୍ଥ ଝାଡେଶ୍ୱରୀ ମନ୍ଦିର ସମ୍ମୁଖରେ ପ୍ରତିବାଦ କରାଯାଇଛି । ମନ୍ଦିର ଖୋଲିବା ଦାବିରେ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଛି । ପୂର୍ବାହ୍ନ ୯ଟା ଠାରୁ ୯ଟା ୯ମିନିଟ ଅର୍ଥାତ ମାତ୍ର ୯ମିନିଟପାଇଁ କରାଯାଇଛି ପ୍ରତୀକାତ୍ମକ ଆନ୍ଦୋଳନ।

ଅନଲକ-୬ ମଧ୍ୟରେ ସବୁକିଛି ଖୋଲାଯାଇଥିବା ବେଳେ ମଠ, ମନ୍ଦିର ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। କରୋନା କଟକଣା ମଧ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସଂଘ ଦାବି କରିବା ସହ ସେବାୟତଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିବାକୁ ଦାବି କରିଛି ସଂଘ । ତେଣୁ ରାଜ୍ୟରେ ତୁରନ୍ତ ମନ୍ଦିର ଖୋଲିବାକୁ ଦାବି ମଧ୍ୟ କରାଯାଉଛି ।