ବିବାହ ଗୁଜବ ମଧ୍ୟରେ ମୃଣାଲଙ୍କ ନୂଆ ପୋଷ୍ଟ କରିଛନ୍ତି, ଭିଡିଓରେ ୟୁଜର୍ସଙ୍କୁ ମିଳିଲା ଧନୁଷଙ୍କ କନେକ୍ସନ୍

NEWS7
protest-against-china-in-america-people-shout-slogans-of-boycott-china-at-times-square-new-york

ନୂଆଦିଲ୍ଲୀ ୧୮।୦୧; ପ୍ରତିଦିନ ବଲିଉଡ କରିଡରରୁ ଅନେକ ଗସିପ୍ ସାମ୍ନାକୁ ଆସୁଛି। କେତେବେଳେ ଆଫେୟାର୍ସ ତ ଆଉ କେତେବେଳେ ବ୍ରେକଅପ୍ ଆଉ କେତେବେଳେ ବିବାହର ଖବର। ସେହିଭଳି ଗତ କିଛି ଦିନ ଧରି ଅଭିନେତ୍ରୀ ମୃଣାଲ ଠାକୁର ଏବଂ ଧନୁଷଙ୍କ ବିବାହ ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଗୁଜବ ମଧ୍ୟରେ, ମୃଣାଲ ଠାକୁର ଏବେ ତାଙ୍କର ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି। କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ ଏହି ପୋଷ୍ଟକୁ ଦେଖି ଧନୁଷଙ୍କ ସହ ଲିଙ୍କ ଅଛି ଥିବା ନେଇ କହୁଛନ୍ତି ।

ମୃଣାଲ ଠାକୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ତାଙ୍କ ବିବାହ ଖବର ଆସିବା ପର ଠାରୁ ସେ କୌଣସି ଅପଡେଟ୍ ପୋଷ୍ଟ କରି ନଥିଲେ। ସେ ନିକଟରେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ଏକ ଟ୍ରିପ୍‌ର, ଯେଉଁଠାରେ ଅଭିନେତ୍ରୀ ବିଚ୍ରେ ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଭିଡିଓଟି ସେୟାର କରି ମୃଣାଲ କ୍ୟାପସନ ଦେଇଛନ୍ତି, "ଗ୍ରାଉଣ୍ଡେଡ୍, ଗ୍ଲୋଇଂ ଏବଂ ଅନସେକେନ୍।

 

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି। ଏହି ସମୟରେ, କିଛି ସୋସିଆଲ ମିଡିଆ ୟୁଜର୍ସ ଧନୁଷଙ୍କ ସହିତ ଲିଙ୍କ କରିଛନ୍ତି। ଏହି ଭିଡିଓରେ ମୃଣାଲ୍ ଯେଉଁ ଗୀତଟି ବ୍ୟବହାର କରିଥିଲେ ତାହା ଏକ ତାମିଲ ଗୀତ। ଲୋକମାନେ କହୁଛନ୍ତି କି ଧନୁଷ ମଧ୍ୟ ତାମିଲ ହୋଇଥିବାରୁ ଅଭିନେତ୍ରୀ ଏହି ଗୀତଟିକୁ ବାଛିଛନ୍ତି।

ବିବାହ ଖବର

ଏହା ଉଲ୍ଲେଖନୀୟ ଯେ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ମୃଣାଲ ଠାକୁର ଏବଂ ଧନୁଷ ଏହି ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଖବର ଶୁଣିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ, ମୃଣାଲ ଏବଂ ଧନୁଷଙ୍କ ବିବାହ ଫେବୃଆରୀ ୧୪ ତାରିଖରେ ହେବ। ବିବାହ ପ୍ରାଇଭେଟ୍ ସେରେିମନି ହେବ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟ ଯୋଗଦେବେ।