ସତ ହେଲା ନୋଷ୍ଟ୍ରାଡମସ୍ ଏବଂ ବାବା ଭେଙ୍ଗାଙ୍କ ଅନୁମାନ ! ୧୦୦୦ ବର୍ଷ ତଳେ କହିଥିଲେ ୟୁଏସ-ଭେନେଜୁଏଲା କଥା

NEWS7
property-list-of-four-bjd-rajyasabha-candidate

ନ୍ୟୁୟର୍କ, ୦୪/୦୧ : ସତ ହେଲା ନୋଷ୍ଟ୍ରାଡମସ ଏବଂ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ଯାହା ସେ ଆକଳନ କରିଥିଲେ ବର୍ଷର ପ୍ରଥମ ସପ୍ତାହରେ ହିଁ ବାସ୍ତବତାର ରୂପ ନେଲା । ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରିବା ପରେ କିଛି ଏମିତି ଖବର ଆସୁଛି । ଆକ୍ରମଣ ନେଇ ଶହ ଶହ ବର୍ଷ ତଳେ ନୋଷ୍ଟ୍ରାଡମସ୍ ଅନୁମାନ ଲଗାଇଥିଲେ ।

ରିପୋର୍ଟ ଅନୁସାରେ, ଶନିବାର ଥରିଥିଲା ଭେନେଜୁଏଲା । ହଠାତ ମାଡି ଆସିଥିଲା ଆମେରିକାର ଯୁଦ୍ଧ ବିମାନ । ବର୍ଷା କରିଥିଲା ବୋମା । ମରିଥିଲେ ୪୦ରୁ ଅଧିକ ବ୍ୟକ୍ତି । ଖାଲି ଏତିକି ନୁହେଁ ବରଂ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିନେଇଥିଲା । ଏବେ ଭେନେଜୁଏଲାର ଶାସନ ଭାର ୟୁଏସ ହାତରେ ବୋଲି ଡୋନାଲ୍ଡ ଟ୍ରମ୍ପ୍ କହି ସାରିଛନ୍ତି ।

କ'ଣ କହିଥିଲା ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ

ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବ । ଯାହା ଭବିଷ୍ୟତ ପାଇଁ ବିନାଶକାରୀ ହୋଇପାରେ । ଧର୍ମ ଏବଂ ରାଷ୍ଟ୍ରବାଦ ନାଁରେ ହିଂସା ହେବ । ମଣିଷ ମଣିଷ ମଧ୍ୟରେ ଶତ୍ରୁତା ବଢିବ । ସମୁଦ୍ରରେ ଅନେକ ଅଘଟଣ ହେବା ସହ ଯୁଦ୍ଧ ହେବ । ରାତିର ଅନ୍ଧାରରେ ଆକାଶରୁ ଆକ୍ରମଣ ହେବ ବୋଲି ମଧ୍ୟ ସେ କହିଥିଲେ । ଯାହା ଭେନେଜୁଏଲାରେ ଦେଖିବାକୁ ମିଳିଛି ।

ଏହାକୁ ନେଇ ବିଶେଷଜ୍ଞ କହୁଛନ୍ତି ଯେ, ୨୦୨୬ରେ ସମୁଦ୍ରରେ ଏକ ବଡ ଜାହାଜ ବୁଡିପାରେ । ସମୁଦ୍ର ମାର୍ଗରେ ଯୁଦ୍ଧ ସ୍ଥିତି ଉପୁଜିବ । ଏହାଦ୍ୱାରା ବନ୍ଦର ସାହାଯ୍ୟରେ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହେବ । ଆର୍ଥିକ ସ୍ଥିତି କାରଣରୁ ଅନେକ ଶକ୍ତିଶାଳୀ ନେତାଙ୍କ ପତନ ହୋଇପାରେ ।

ବାବା ଭେଙ୍ଗା ମଧ୍ୟ କିଛି ଏମିତି ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ଯେ, ପୂର୍ବ ଦେଶରେ ଚାଲୁଥିବା ବିବାଦ ବଡ ଯୁଦ୍ଧକୁ ଅଗ୍ରସର ହେବ । ଯାହାର ପ୍ରଭାବ ସାରା ଦୁନିଆ ଉପରେ ପଡିବ । ପଶ୍ଚିମ ଦେଶ ମଧ୍ୟ ଯୁଦ୍ଧର ନିଆଁରେ ଜଳିବେ ବୋଲି ସେ କହିଥିଲେ ।