ତାମିଲନାଡୁରେ ସରକାର ଗଢିପାରେ NDA, ଜାଣନ୍ତୁ MATRIZE-IANS କେଉଁ ପାର୍ଟିକୁ ଦେଇଛନ୍ତି କେତେ ସିଟ୍

NEWS7
prof-radha-mohan-will-get-padma-award

ନୂଆଦିଲ୍ଲୀ ୧୫।୩: ନିର୍ବାଚନ ଆୟୋଗ ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା କରିଛନ୍ତି। ତାମିଲନାଡୁରେ ୨୩ ଏପ୍ରିଲ ୨୦୨୬ରେ ଭୋଟ ଗ୍ରହଣ ହେବ ଓ ଫଳାଫଳ ମେ ୪ ତାରିଖରେ ଆସିବ। ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ସହିତ ରାଜ୍ୟର ଓପିନିୟନ ପୋଲ ମଧ୍ୟ ଆସିଯାଇଛି। ମାଟ୍ରିଜ-ଇଆନସ୍ ସେମାନଙ୍କ ଓପିନିୟନ ପୋଲ ମାଧ୍ୟମରେ ତାମିଲନାଡୁ ଭୋଟରଙ୍କ ମୁଡ ଜାଣିବାକୁ ଚେଷ୍ଟା କରିଛନ୍ତି। ଏହି ଓପିନିୟନ ପୋଲ ମୁତାବକ ତାମିଲନାଡୁ ନିର୍ବାଚନରେ ଡିଏମକେ ଓ ଏନଡିଏ ମେଣ୍ଟ ମଧ୍ୟରେ କଡା ଟକ୍କର ହେବ। ଏଠାରେ ଏନଡିଏ ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିପାରେ।

ଏଥର ନିର୍ବାଚନରେ ଏନଡିଏକୁ ୧୧୪ରୁ ୧୨୭ ଆସନ ମିଳିବାକୁ ଥିବା ବେଳେ ଡିଏମକେକୁ ୧୦୪-୧୧୪ ଓ ଟିଭିକେକୁ ୬-୧୨ଟି ଆସନ ମିଳିବ ବୋଲି ଓପିନିୟମ ପୋଲରେ ଅନୁମାନ କରାଯାଇଛି। ତାମିଲନାଡୁ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାରେ ଶେଷ ହେବ। ଏଠାରେ ଗେଜେଟ ନୋଟିଫିକେସନ ତାରିଖ ୩୦ ମାର୍ଚ୍ଚ ୨୦୨୬। ସେହିପରି ଏଠାରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୬ ତାରିଖ ଥିବା ବେଳେ ୨୩ ଏପ୍ରିଲରେ ଭୋଟ ଗ୍ରହଣ ହେବ।

ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ର ଫଳାଫଳ ଦେଖିଲେ ଏଥିରେ ଡିଏମକେକୁ ସଂଖ୍ୟା ଗରିଷ୍ଠତା ମିଳିଥିଲା। ଡିଏମକେ ନିର୍ବାଚନରେ ମୋଟ ୧୩୩ଟି ଆସନ ଜିତିଥିଲା। ସେହିପରି ଏଆଇଏଡିଏମକେକୁ ୬୬, କଂଗ୍ରେସକୁ ୧୮, ପିଏମକେ କୁ ୫, ଭିସିକେ କୁ ୪ ଓ ନିର୍ଦ୍ଦଳୀୟଙ୍କୁ ୮ଟି ଆସନ ମିଳିଥିଲା। ଏବେ ଡିଏମକେ ସାମ୍ନାରେ ଆଗାମୀ ବିଧାନସଭା ନିର୍ବାଚନରେ ନିଜ ପ୍ରଦର୍ଶନ ଦୋହରାଇବା ଚ୍ୟାଲେଞ୍ଜ ପାଲଟିଛି।