Yearly Horoscope 2026 : ମିଥୁନ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଚାକିରିରେ ମିଳିବ ଢେର୍‌ ସଫଳତା !

NEWS7
priyanka-told-sitharamandoes-the-government-accept-whether-there-is-an-economic-downturn-or-not

ବୃହସ୍ପତି ଜୁନ୍ ୨, ୨୦୨୬ ପର୍ଯ୍ୟନ୍ତ ପ୍ରଥମ ଭାବରେ ରହିବେ । ତା'ପରେ ଦ୍ୱିତୀୟ ଭାବକୁ ପ୍ରବେଶ କରିବେ। ଶନି ସମ୍ପୂର୍ଣ୍ଣ ବର୍ଷ ଦଶମ ଭାବରେ ଅବସ୍ଥାନ କରିବେ। ରାହୁ ସମ୍ପୂର୍ଣ୍ଣ ବର୍ଷ ନବମ ଭାବରେ ଏବଂ କେତୁ ତୃତୀୟ ଭାବରେ ଅବସ୍ଥାନ କରିବେ।

ଶିକ୍ଷା - ନବମ ଭାବରେ ରାହୁଙ୍କର ଅବସ୍ଥାନ ହେତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀମାନେ ଅଧିକ ଲାଭବାନ ହେବେ ଏବଂ ଅପାରମ୍ପରିକ ବିଷୟ ବା ବିଦେଶୀ ଜ୍ଞାନ ଆହରଣ ପାଇଁ ବର୍ଷଟି ଶୁଭ ଅଟେ। ତୃତୀୟ ଭାବରେ କେତୁଙ୍କ ସ୍ଥିତି କଠୋର ପରିଶ୍ରମ ଓ ଗଭୀର ଅଧ୍ୟୟନ ପାଇଁ ପ୍ରେରଣା ଦେବ। ପ୍ରଥମାର୍ଦ୍ଧରେ ଗୁରୁଙ୍କର ଲଗ୍ନରେ ଅବସ୍ଥାନ ଥିବାରୁ ନିଜର ଶିକ୍ଷାଗତ ଲକ୍ଷ୍ୟ ସ୍ଥିର କରିବାରେ ସହାୟତା ମିଳିବ। ସାମଗ୍ରିକ ଭାବରେ ଗବେଷଣା ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଛାତ୍ରଙ୍କ ପାଇଁ ବର୍ଷଟି ଉତ୍ତମ ଅଟେ।

ସ୍ୱାସ୍ଥ୍ୟ- ବର୍ଷର ପ୍ରଥମାର୍ଦ୍ଧରେ ଗୁରୁଙ୍କର ଲଗ୍ନରେ ଅବସ୍ଥାନ ହେତୁ ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ। କିନ୍ତୁ ଅତ୍ୟଧିକ ଓଜନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ତେଣୁ ନିୟମିତ ବ୍ୟାୟାମ ଜରୁରୀ। ଜୁନ୍ ପରେ ଗୁରୁ ଦ୍ୱିତୀୟ ଭାବକୁ ଆସିବାରୁ ସ୍ୱାସ୍ଥ୍ୟରେ ସ୍ଥିରତା ଆସିବ। ଦଶମ ଶନି କାର୍ଯ୍ୟର ଚାପ ଆଣୁଥିବାରୁ ମାନସିକ ଶାନ୍ତି ପାଇଁ ଯୋଗାଭ୍ୟାସ ଅତ୍ୟନ୍ତ ଆବଶ୍ୟକ। ତୃତୀୟ କେତୁଙ୍କ ପ୍ରଭାବ ହେତୁ କାନ୍ଧ ବାହୁ କିମ୍ବା ଶ୍ରବଣ ସମ୍ବନ୍ଧୀୟ ସାମାନ୍ୟ ସମସ୍ୟା ଦେଖାଦେଇପାରେ।

ଚାକିରି- ଦଶମ ଭାବରେ ଶନିଙ୍କର ସ୍ଥିତି ହେତୁ ଚାକିରିରେ ସ୍ଥାୟୀତ୍ୱ ଏବଂ ଦୀର୍ଘକାଳୀନ ସଫଳତା ପ୍ରାପ୍ତ ହେବ। କଠୋର ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ ଏବଂ ପଦୋନ୍ନତିର ପ୍ରବଳ ଯୋଗ ରହିଛି। ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ଅଟେ। ଶନି ମହାରାଜ ନିଜର କର୍ମର ପୂର୍ଣ୍ଣ ଫଳ ପ୍ରଦାନ କରିବେ।

ବ୍ୟବସାୟ- ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନବମ ରାହୁଙ୍କ ପ୍ରଭାବ ହେତୁ ବଡ଼ ଧରଣର ବିସ୍ତାର ଯୋଜନା କରିପାରିବେ ବିଶେଷ କରି ବିଦେଶୀ କିମ୍ବା ଅପାରମ୍ପରିକ କ୍ଷେତ୍ରରେ। ବ୍ୟବସାୟୀଙ୍କ ପାଇଁ ଏକ ନୂତନ ଏବଂ ପ୍ରଗତିଶୀଳ ଦିଗ ଖୋଲିବ। ଦଶମ ଶନିଙ୍କ ଦୃଷ୍ଟି ବ୍ୟବସାୟରେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ।

ବିବାହ - ବର୍ଷର ପ୍ରଥମାର୍ଦ୍ଧରେ ଗୁରୁଙ୍କର ଲଗ୍ନରେ ଅବସ୍ଥାନ କାରଣରୁ ବିବାହ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସୁଯୋଗ ମିଳିବ। ଗୁରୁଙ୍କ ପ୍ରଭାବ ହେତୁ ଉତ୍ତମ ବୈବାହିକ ସମ୍ବନ୍ଧ ସ୍ଥାପିତ ହେବ।

ଦାମ୍ପତ୍ୟ ଜୀବନ - ବିବାହିତ ଜୀବନରେ ଗୁରୁଙ୍କ ପ୍ରଭାବ ହେତୁ ପରସ୍ପର ମଧ୍ୟରେ ସମ୍ମାନ ଏବଂ ସମନ୍ୱୟ ବଜାୟ ରହିବ। ତେବେ କର୍ମ କ୍ଷେତ୍ରରେ ଅଧିକ ଧ୍ୟାନ ଦେବା କାରଣରୁ ଦାମ୍ପତ୍ୟ ଜୀବନରେ କିଛିଟା ଚାପ ଅନୁଭବ ହୋଇପାରେ। ସମୟ ସମୟରେ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବିଦେଶ ଯୋଗ - ନବମ ଭାବରେ ରାହୁ ଏବଂ ଦଶମ ଭାବରେ ଶନିଙ୍କର ସ୍ଥିତି ବିଦେଶ ଯାତ୍ରା ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଶିକ୍ଷା କର୍ମ କିମ୍ବା ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରାର ପ୍ରବଳ ଯୋଗ ରହିଛି।

ରୋଜଗାର - ଜୁନ୍ ମାସ ପରେ ବୃହସ୍ପତି ଦ୍ୱିତୀୟ ଭାବକୁ ଆସିବା ଦ୍ୱାରା ରୋଜଗାର ଓ ଆର୍ଥିକ ଦିଗରୁ ଅତ୍ୟନ୍ତ ଶୁଭ ଫଳ ମିଳିବ। ଏହି ସମୟରେ ଧନ ସଞ୍ଚୟ ବଢ଼ିବ ଏବଂ ପୂର୍ବରୁ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ ହେବ। ଶନିଙ୍କର କର୍ମଭାବରେ ସ୍ଥିତି ଯୋଗୁଁ ଆୟ ନିରନ୍ତର ଏବଂ ସ୍ଥାୟୀ ରହିବ।

ଅନ୍ୟାନ୍ୟ କ୍ଷେତ୍ର - ତୃତୀୟ କେତୁଙ୍କ କାରଣରୁ ଭାଇଭଉଣୀ ଏବଂ ବନ୍ଧୁମାନଙ୍କ ସହ ସମ୍ପର୍କରେ କିଛିଟା ବିତୃଷ୍ଣା ଆସିପାରେ, କିନ୍ତୁ ଆପଣଙ୍କର ସାହସ ବଢ଼ିବ। ନବମ ରାହୁଙ୍କ ପ୍ରଭାବ ହେତୁ ନୂତନ ଧାର୍ମିକ ବିଚାରଧାରା ପ୍ରତି ମନ ଆକର୍ଷିତ ହେବ। ବର୍ଷଟି ସାମଗ୍ରିକ ଭାବରେ ବ୍ୟକ୍ତିଗତ ବିକାଶ ପାଇଁ ଶୁଭ ଅଟେ।

ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତିକାର - ମିଥୁନ ରାଶିର ଜାତକମାନଙ୍କୁ ୨୦୨୬ ମସିହାରେ ଶୁଭ ଫଳ ବୃଦ୍ଧି କରିବା ଏବଂ କଷ୍ଟ ନିବାରଣ ପାଇଁ ଏହି ପ୍ରତିକାରଗୁଡ଼ିକ ଅବଲମ୍ବନ କରିବା ଉଚିତ୍। ଦଶମ ଶନିଙ୍କ ଶୁଭ ଫଳକୁ ବଢ଼ାଇବା ପାଇଁ ପ୍ରତି ଶନିବାର ଦିନ ଶ୍ରମିକ ଓ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ଏବଂ ଶନି ଚାଳିଶା ପାଠ କରନ୍ତୁ। ଜୁନ୍ ୨ ପରେ ଆର୍ଥିକ ସମୃଦ୍ଧି ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ଏବଂ ଗୁରୁଜନମାନଙ୍କର ସମ୍ମାନ କରନ୍ତୁ। ରାହୁ ଓ କେତୁ ଶାନ୍ତି ପାଇଁ ପ୍ରତିଦିନ ସକାଳେ ଦୁର୍ଗା ମାତାଙ୍କର କିମ୍ବା ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଏବଂ କେତୁଙ୍କ ଶାନ୍ତି ପାଇଁ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682