ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ପନ୍ତ ଆଉଟ୍, ଜୁରେଲଙ୍କୁ ଡାକିଲା ବୋର୍ଡ୍

NEWS7
priyanka-to-fight-with-pm-modi-yogi-adityanath-in-eastern-area

ନୂଆଦିଲ୍ଲୀ, ୧୧/୦୧:ରବିବାର ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଆହତ ଜନିତ କାରଣରୁ ଦଳରୁବାଦ୍ପଡିଛନ୍ତି ଓ୍ୱିକେଟ୍ କିପର ଋଷଭ ପନ୍ତ । ତାଙ୍କ ଜାଗାରେ ଧ୍ରୁବ ଜୁରେଲଙ୍କୁ ବିକଳ୍ପ ଭାବେ ଚୟନ କରାଯାଇଛି ।

ଶନିବାର ପନ୍ତ ସିରିଜ୍ ଖେଳିବେନି ବୋଲି ବିସିସିଆଇ ଘୋଷଣା କରିଥିଲା । ନେଟ୍ ପ୍ରାକ୍ଟିସ୍ ବେଳେ ସେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ବେଲେ ଏକ ବଲ୍ ତାଙ୍କ ଛାତିରେ ବାଜିଥିଲା । ଫଳରେ ତାଙ୍କୁ ଖୁବ୍ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଖେଳାଇବା ସମ୍ଭବ ନୁହେଁ । ତାଙ୍କ ଜାଗାରେ ଜୁରେଲ୍ ରବିବାର ମୁକାବିଲା ଖେଳିପାରନ୍ତି ।

ନିକଟରେ ବିଜୟ ହଜାରେ ଟ୍ରଫିରେ ଜୁରେଲ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଉତ୍ତର ପ୍ରଦେଶ ତରଫରୁ ଖେଳୁଥିବା ଜୁରେଲ ଟୁର୍ଣ୍ଣାମେଣ୍ଟରେ ଫର୍ମରେ ଥିବା ପ୍ରମାଣ ଦେଇଛନ୍ତି । ସେ ମୋଟ୍୫୫୮ରନ୍ ସଂଗ୍ରହ କରିଛନ୍ତି ।ଟି ମୁକାବିଲାରେ ତାଙ୍କର ଆଭରେଜ୍ ରହିଛି ୯୦। ଏଥିରେ ଦୁଇଟି ଶତକ ଏବଂଟି ଅର୍ଦ୍ଧଶତକ ମଧ୍ୟ ଅଛି ।

ଜୁରେଲଙ୍କ ଫର୍ମ କାରଣରୁ ଦଳ ଏଲିଟ୍ ଗ୍ରୁପ୍ ବିରେ ଟପ୍ ପୋଜିସନରେ ରହିପାରିଥିଲା । ଦଳ ଟି ମୁକାବିଲାରୁ ମୋଟ୍ ୨୮ପଏଣ୍ଟ ପାଇଛି । କ୍ୱାଟରଫାଇନାଲରେ ଦଳ ସୌରାଷ୍ଟ୍ରକୁ ଭେଟିବ । ତେବେ ଏହି ମ୍ୟାଚରେ ଜୁରେଲ ଖେଳିବେନି । ଭାରତୀୟ ଟିମରେ ସୁଯୋଗ ମିଳିଥିବାରୁ ସେ ଅଧାରୁ ବିଜୟ ହଜାରେ ଟ୍ରଫିରୁ ବାହାରିଯାଇଛନ୍ତି ।