LIVE TV

ରାଜ୍ୟରେ ଆଉ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୭,୮୧୫ ଜଣଙ୍କୁ ମିଳିବ ନିଯୁକ୍ତି

NEWS7
priyanka-chopra-welcomes-nick-jonas-and-celebrate-thanksgiving-with-family-in-delhi

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍ ରାଜ୍ୟରେ ଆଉ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ୧୧ ଜିଲ୍ଲାରେ ନିର୍ମାଣ ହେବ ୨୦ ପ୍ରକଳ୍ପ। ଏଥିପାଇଁ ୪ ହଜାର ୩୫୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ଆଉ ୭,୮୧୫ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ।

ନଭେମ୍ବର ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା SLSWCA। ସୁନ୍ଦରଗଡ଼ରେ ଅକ୍ଷୟ ଶକ୍ତି ପ୍ରକଳ୍ପ କରିବ NTPC SAIL। ସେହିପରି ଖୋର୍ଦ୍ଧାରେ ଜିଏସଏସ କରିବ ଏଲଇଡି ଉତ୍ପାଦନ ୟୁନିଟ। ପୁରୀରେ ରିସୋର୍ଟ କରିବ ସାତପଡ଼ା ରିଗାଲ ପାରାଡାଇଜ। ପୁରୀରେ ପଞ୍ଚତାରକା ହୋଟେଲ କରିବ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍। ଖୋର୍ଦ୍ଧାରେ ଆଇଟି ସେବା ପ୍ରକଳ୍ପ କରିବ ଟେକ୍ନୋସ୍ରାଇନ।

ସେହିପରି ଯାଜପୁରରେ ଲଜିଷ୍ଟିକ ପାର୍କ କରିବ ଜଗନ୍ନାଥ କ୍ୟାରିୟର। ଏସବୁ ପ୍ରକଳ୍ପ ପାଇଁ ୪ ହଜାର ୩୫୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ଏଥିରେ ୭,୮୧୫ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।