Live Live
LIVE

'ଭାରତ ମହାସାଗରରେ ଇରାନର ଥିଲା ତିନି ଜାହାଜ, ଗୋଟିଏକୁ ଭାରତ ଶରଣ ଦେଇଛି' ; ରାଜ୍ୟସଭାରେ କହିଲେ ଏସ୍ ଜୟଶଙ୍କର

NEWS7
priyanka-chopra-busted-police-hair

ନୂଆଦିଲ୍ଲୀ, ୦୯ /୦୩: ଭାରତ ମହାସାଗରରେ ଇରାନର ତିନୋଟି ଜାହାଜ ଥିଲା । ଆମେ ଗୋଟିଏକୁ ଶରଣ ଦେଇଥିଲୁ । ଭାରତ ସଦାବେଳେ ଶାନ୍ତି ଚାହେଁ ବୋଲି ରାଜ୍ୟସଭାରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ଫେବ୍ରୁଆରୀ ୨୮ ତାରିଖ ଏବଂ ମାର୍ଚ୍ଚ ୫ ତାରିଖରେ ଆଲୋଚନା କରିଛନ୍ତି । ଇରାନର ତିନୋଟି ଜାହାଜ ଭାରତ ମହାସାଗରରେ ଥିଲା । ଇରାନର ଅନୁରୋଧ ପରେ ଗୋଟିଏ ଜାହାଜକୁ ଭାରତରେ ଶରଣ ଦିଆଯାଇଛି । ଏଥିପାଇଁ ତେହେରାନ ଧନ୍ୟବାଦ ମଧ୍ୟ ଜଣାଇଛି ।

ସେ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦୁଇ ଜଣ ଭାରତୀୟ ନାବିକ ଜୀବନ ହାରିଛନ୍ତି । ଏହାସହ ଜଣେ ନିଖୋଜ ଅଛନ୍ତି । ଇରାନରେ ଥିବା ଭାରତୀୟ ଦୂତାବାସ ସେଠାରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସଂସ୍ପର୍ଶରେ ରହିଛି । ଯଥାସମ୍ଭବ ସାହାଯ୍ୟ କରାଯାଉଛି । ଦୂତାବାସ ଚାଲୁ ରହିବା ସହ ହାଇ ଆଲର୍ଟରେ ଅଛି । ସେମାନେ ଭାରତୀୟଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ଫେବ୍ରୁଆରୀ ୨୦ରେ ବୟାନ ଜାରି କରି ସମସ୍ତ ପକ୍ଷରୁ ସଂଯମତା ରଖିବାକୁ କହିଥିଲେ । ସବୁ କିଛି ଆଲୋଚନା ଏବଂ କୁଟନୈତିକ ସ୍ତରରେ ସମାଧାନ ହୋଇପାରିବ । ଯୁଦ୍ଧକୁ ନେଇ ଭାରତ ଚିନ୍ତିତ ଅଛି । ଏହା ଭାରତର ପଡୋଶୀ ଅଞ୍ଚଳରେ ହେଉଛି । ଗଲଫ୍ ଦେଶରେ କୋଟି କୋଟି ଭାରତୀୟ ରହୁଛନ୍ତି । ସେଠାରେ ଅନେକ ଭାରତୀୟ ପାଠ ପଢିବା ସହ ଚାକିରି କରୁଛନ୍ତି । ଭାରତର ଶକ୍ତି ସୁରକ୍ଷା ପାଇଁ ମଧ୍ୟପ୍ରାଚ୍ୟ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ । ଏହାସହ ଦୁଇ ତିନି ଦେଶର ବିବାଦ ଅନ୍ୟ ଦେଶକୁ ବ୍ୟାପିଛି । ଏହା ସାଧାରଣ ଜୀବନ ଯାପନକୁ ପ୍ରଭାବିତ କରିଥିବା ଏସ ଜୟଶଙ୍କର କହିଛନ୍ତି ।