'ମୋ ପୁଅ ନିର୍ଦୋଷ, ସେ ଘରୁ ବାହାରେନି, ତା ପାଖରେ ବନ୍ଧୁକ ନଥିଲା'- ଆତଙ୍କୀ ନଭିଦର ମାଆ

NEWS7
princess-diana-cares-sold-in-50-thousand-pounds

ସିଡନୀ, ୧୫/୧୨:ଅଷ୍ଟ୍ରେଲିଆର ବଣ୍ଡି ବିଚରେ ହୋଇଥିବା ଗୁଳିକାଣ୍ଡ ମାମଲାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଆକ୍ରମଣକାରୀ ବାପା-ପୁଅଙ୍କ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଉଭୟେ ପାକିସ୍ତାନୀ ନାଗରିକ ହୋଇଥିବାରୁ ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ ଚାଲିଛି । ଏାମଧ୍ୟରେ ନିହତ ହୋଇଥିବା ଆକ୍ରମଣକାରୀ ସାଜିଦ୍ ଆକ୍ରମଙ୍କ ପତ୍ନୀ ଭେରେନାଙ୍କ ବୟାନ ସାମ୍ନାକୁ ଆସିଛି ।

ଘଟଣାରେ ଭେରେନାଙ୍କ ପତି ସାଜିଦ ନିହତ ହୋଇଥିବା ବେଳେ ପୁଅ ନଭିଦ୍ ଗୁରୁତର ରହିଛି । ଘଟଣାକୁ ନେଇ ଭେରେନା କହିଛନ୍ତି ଯେ, ନଭିଦ୍ ଏବଂ ସାଜିଦ ଛୁଟି କଟାଇବାକୁ ସିଡନୀ ଯାଇଥିଲେ । ପୁଅ ନଭିଦ ତାଙ୍କୁ ସମୁଦ୍ରରେ ପହଁରିବା କଥା କହିଥିଲା । ତେବେ ତାଙ୍କ ସ୍ୱାମୀ ଏବଂ ପୁଅ ଏପରି ନାରକୀୟ କାଣ୍ଡ ଘଟାଇଥିବା ନେଇ ସେ ଏବେବି ବିଶ୍ୱାସ କରିପାରୁ ନାହାଁନ୍ତି ।

ଭେରେନା ଆହୁରି କହିଛନ୍ତି ଯେ, ପୁଅ ପାଖରେ ବନ୍ଧୁକ ନଥିଲା । ସେ କେବେ ହେଲେ ଘର ବାହାରକୁ ଯାଏ ନାହିଁ । ସାଙ୍ଗ ମାନଙ୍କ ସହ ମଧ୍ୟ ବହୁତ କମ୍ ମିଶେ । ଏପରିକି ମଦ୍ୟପାନ ଏବଂ ଧୁମପାନ ଭଳି ଖରାପ ଅଭ୍ୟାସ ବି ନାହିଁ । ପୁଅ କୌଣସି ଖରାପ ଜାଗାକୁ ଯାଏ ନାହିଁ ।

ମାଆ ଭେରେନା ଆହୁରି କହିଛନ୍ତି ଯେ, ପୁଅ ଇଟା ମିସ୍ତ୍ରୀ ଭାବେ କାମ କରୁଥିଲା । କିନ୍ତୁ ତାକୁ କାମରୁ ବାହାର କରାଯାଇଥିଲା । ବାପା ସାଜିଦର ଏକ ଫଳ ଦୋକାନ ରହିଛି । ଏହାସହ ତାଙ୍କର ଆଉ ଜଣେ ପୁଅ ଏବଂ କନ୍ୟା ସନ୍ତାନ ରହିଛନ୍ତି ।

ଅନ୍ୟ ଦିଗରେ ନଭିଦର ଆଇଏସଆଇଏସ ଲିଙ୍କ୍ ନେଇ ସୂଚନା ମିଳିଛି । ସେ କିଛି ଆଇଏସର ନେତାଙ୍କୁ ଭେଟିଥିଲା । ଯାହା ତଦନ୍ତକାରୀ ଅଧିକାରୀଙ୍କ ନିଦ ହଜାଇ ଦେଇଛି । ଏହି ଆକ୍ରମଣ ସୁଚିନ୍ତିତ ଉପାୟରେ କରାଯାଇଥିବା ତଦନ୍ତକାରୀ ସଂସ୍ଥା ଅନୁମାନ କରୁଛି ।