LIVE TV

ଦିନ ଥିଲା ଥିଏଟର ବାହାରେ ବିକୁଥିଲେ ଟିକେଟ୍ , ଆଜି କୋଟି କୋଟି ସମ୍ପତ୍ତିର ମାଲିକ ଶାହରୁଖ

NEWS7
president-praised-utkal-university

ନୂଆଦିଲ୍ଲୀ ୦୨।୧୧; ବଲିଉଡ ବାଦଶାହା ଶାହରୁଖ ଖାନ । ସେ ସବୁଠାରୁ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଶାହରୁଖ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ୩୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କର ବଲିଉଡ କ୍ୟାରିଅର ଏବେ ବି ଚମକୁଛି। ଆଜି ଶାହରୁଖ ଖାନ ତାଙ୍କ ଜୀବନର ଛଅ ଦଶନ୍ଧି ପୂରଣ କରିଛନ୍ତି।

अरबपतियों की लिस्ट में Shah Rukh Khan की बादशाहत बरकरार, सबसे 'रईस'  एक्ट्रेसेज में जूही चावला शामिल - Shah Rukh Khan Becomes indias richest  Billionaire Net Worth Reaches 12490 crore

ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି। ଶାହରୁଖ ଛୋଟ ପରଦାରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା। କିନ୍ତୁ ଆପଣ କ’ଣ ତାଙ୍କର ପ୍ରଥମ ରୋଜଗାର ବିଷୟରେ ଜାଣନ୍ତି କି?

शाहरुख खान बने दुनिया के सबसे अमीर एक्टर, अरबपति बनकर टेलर स्विफ्ट को दी  मात | Shah rukh khan become world richest actor beats taylor swift net  worth with 12490 crore

ଆଜିକା ସମୟରେ ଶାହରୁଖଙ୍କ ପାଖ ନେମ୍‌ ଫେମ୍‌ ଟଙ୍କା , ପଇସା ସବୁକିଛି ଅଛି । ହେଲେ ତାଙ୍କ ପ୍ରଥମ ଦରମା ପାଇଁ ସେ ବହୁତ କଠିନ ପରିଶ୍ରମ କରିଥିଲେ । ଏକ ଇଣ୍ଟରଭ୍ୟୁରେ ଶାହରୁଖ ଖାନ ନିଜେ ଥରେ ତାଙ୍କର ପ୍ରଥମ ରୋଜଗାର ପ୍ରକାଶ କରିଥିଲେ। କହିଥିଲେ କି ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ  ସେତେବେଳେ ବହୁତ କାମ କରିଛନ୍ତି । ହେଲେ ଯେଉଁଥିରେ ସେ ଥିଏଟର୍ସ ବାହାରେ ଟିକେଟ ବିକ୍ରି କରୁଥିଲେ । ସେଥିରୁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।ଯାହା ତାଙ୍କ ଜୀବନର ପ୍ରଥମ ରୋଜଗାର ଥିଲା ।

डंकी' के लिए 2 दिन में बिके डेढ़ लाख से ज्यादा टिकट, शाहरुख की फिल्म के लिए  तेजी से हो रही थिएटर्स की एडवांस बुकिंग - dunki advance booking sells more  than

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶାହାରୁଖ ଯେତିକି ରାଜ କରନ୍ତି ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ । କାରଣ ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଏହି ଲିଷ୍ଟରେ ସ୍ଥାନରେ ପାଇବାରେ ଶାହାରୁଖ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା । ତାଙ୍କ ସ୍କୋର ରହିଛି ୮୬.୭୬ ପ୍ରତିଶତ । ନିକଟରେ, ହୁରୁନ୍ ରିଚ୍ ଲିଷ୍ଟ ୨୦୨୫ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶାହରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା। ବିଶ୍ୱର ଅନ୍ୟ କୌଣସି ଅଭିନେତାଙ୍କ ପାଖରେ ଏତେ ସମ୍ପତ୍ତି ନାହିଁ।