LIVE TV

ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ ସମ୍ଭାର : ପକ୍ଷୀଙ୍କ ସୁରକ୍ଷା ଓ ଶିକାରୀଙ୍କୁ ଜଗିବାକୁ ଡ୍ରୋନ୍ ବ୍ୟବସ୍ଥା

NEWS7
preparation-of-political-parties-for-bijepur-bye-election

ଟାଙ୍ଗି ୧୮।୧୦: ନୀଳାମ୍ବୁ ଚିଲିକା ଏବେ କିଚିରି ମିଚିରି ଶବ୍ଦରେ ମୁଖରିତ ଜଗିବ ଡ୍ରୋନ୍, ପକ୍ଷୀ ଶିକାର ଓ ପକ୍ଷୀଙ୍କ ସୁରକ୍ଷା ଉପରେ ରହିବ ନଜର ପର୍ଯ୍ୟଟକ ଡ଼ଙ୍ଗାରେ ବୁଲି ବୁଲି ପକ୍ଷୀ ଦେଖିବା ପାଇଁ ଡ଼ଙ୍ଗା ରେଡ୍ଡି ରହିଛି । ବିଦେଶୀ ପକ୍ଷୀଙ୍କ ନାମ ଅନୁସାରେ ଡ଼ଙ୍ଗା ମାନଙ୍କର ନାମକରଣ କରାଯାଇଛି ଚିଲିକା ବନଖଣ୍ଡ ଅଧିନରେ ରହିଛି ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜରେ ୨୧ଟି ପକ୍ଷୀ ସୁରକ୍ଷା ଶିବିର ରହିଛି । ପ୍ରତ୍ୟେକ ଶିବିରରେ ୩ରୁ ୪ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬ଟି ଦ୍ରୁତଗାମୀ ବୋଟ୍ ସହ ୨୪ ଘଣ୍ଟା ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର DFO ଅମ୍ଲାନ ନାୟକ କହିଛନ୍ତି । ଏତଦ୍ ବ୍ୟତୀତ ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ଓ ପକ୍ଷୀ ଶିକାରୀଙ୍କୁ ଜଗିବା ପାଇଁ ଡ୍ରୋନ୍ ବ୍ୟବସ୍ଥା କରାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର DFO ଅମ୍ଲାନ ନାୟକ କହିଛନ୍ତି ।

ଚିଲିକାରେ ଏବେ ଦେଖାଯାଇଛି ଦେଶୀ-ବିଦେଶୀ ପକ୍ଷୀଙ୍କ ସମ୍ଭାର । ଶୀତ ଋତୁ ଆଗମନ ଯୋଗୁଁ ଚିଲିକାରେ ପାଦ ଥାପିଲେଣି ହଜାର ହଜାର ଦେଶୀ-ବିଦେଶୀ ପକ୍ଷୀ । ଚିଲିକାର ନୀଳ ଜଳରାଶି ଉପରେ ବୁଲିଲେଣି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । ଯାହାକୁ ଦେଖି ପକ୍ଷୀ ପ୍ରେମୀ ମାନଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ ।

କିଚିରି ମିଚିରି ଶବ୍ଦରେ ମୁଖରିତ ନୀଳାମ୍ବୁ ଚିଲିକା । ଶୀତର ଆଗମନ ଯୋଗୁଁ ଚିଲିକାରେ ପାଦ ଥାପିଲେଣି ଦେଶୀ-ବିଦେଶୀ ବିହଙ୍ଗ । ଚିଲିକାରେ ଜମିଲାଣି ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଭିଡ଼ । ଚିଲିକା ସୌନ୍ଦର୍ଯ୍ୟର ସମ୍ଭାର, ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ସୌନ୍ଦର୍ଯ୍ୟକୁ ବିଦେଶୀ ପକ୍ଷୀ ଅଧିକ ବଢ଼ାଉଛନ୍ତି । ସାଧାରଣତଃ ଅକ୍ଟୋବର ମାସରୁ ଫେବ୍ରୁଆରୀ ମଧ୍ୟରେ ସୁଦୂର ଅଷ୍ଟ୍ରେଲିଆ, ସାଇବେରିଆ, ରୁଷିଆ, କାଜାକିସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ଚିଲିକାକୁ ଉଡ଼ି ଆସନ୍ତି ବିଦେଶୀ ପକ୍ଷୀ ।

ଚିଲିକା ବନଖଣ୍ଡ ଅଧିନ ବାଲୁଗାଁ, ଚିଲିକା, ଟାଙ୍ଗୀ, ସାତପଡ଼ା ଓ ରମ୍ଭା (୫ଟି ରେଞ୍ଜରେ) ୨୧ଟି ସୁରକ୍ଷା ଶିବିର କରାଯାଇଛି । ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ଚିଲିକାକୁ ଆସିବା ସହ ଏଠାରେ ଅଣ୍ଡାଦାନ ମଧ୍ୟ କରିଥାନ୍ତି । ୨୦୧୬-୧୭ ପକ୍ଷୀ ଗଣନାରେ ୧୦୦ ପ୍ରଜାତିର ୯.୨୪ ଲକ୍ଷ ପକ୍ଷୀଙ୍କ ଆଗମନ ହୋଇଥିଲା । ତା'ପର ଠାରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ୨୦୨୫ ପକ୍ଷୀ ଗଣନାରେ ସଂଖ୍ୟା ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି ।

ରିପୋର୍ଟ ଅନୁସାରେ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା:-

  • ୨୦୨୫- ୧୯୬ ପ୍ରଜାତିର ୧୧,୨୭,୨୨୮ ଦେଶୀ-ବିଦେଶୀ ପକ୍ଷୀ
  • ୨୦୨୪ - ୧୮୯ ପ୍ରଜାତିର ୧୧,୩୭,୭୫୯ ଦେଶୀ-ବିଦେଶୀ ପକ୍ଷୀ
  • ୨୦୨୩ - ୧୮୪ ପ୍ରଜାତିର ୧୧,୩୧,୯୨୯ ଦେଶୀ-ବିଦେଶୀ ପକ୍ଷୀ
  • ୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ ଦେଶୀ-ବିଦେଶୀ ପକ୍ଷୀ
  • ୨୦୨୦-୨୧ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ ଦେଶୀ-ବିଦେଶୀ ପକ୍ଷୀ

ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ବାନ୍ଧିଛି ବନ ବିଭାଗ । ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚିଲିକାରେ ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରେ ସାଇବେରିଆନ କ୍ରେନ, ଫ୍ଲେମିଙ୍ଗୋ, ଗ୍ରେଟର୍ ଫ୍ଲେମିଙ୍ଗୋ, ସ୍ପଟ-ବିଲ୍ଡ ପେଲିକାନ, ପିନଟେଲ୍ ଡକ୍, ବାର୍-ହେଡେଡ୍ ଗୁଜ ଅନ୍ୟତମ ।

ଅତ୍ୟଧିକ ଥଣ୍ଡା ଓ ହିମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏମାନେ ସୁଦୂର ଆଫଗାନିସ୍ଥାନ, ଅଷ୍କାଟ୍ରେଲିଆ, କାନାଡ଼ା, ଚୀନ, ରୁଷିଆ, ସାଇବେରିଆ, ଇରାନ, ମଙ୍ଗୋଲିଆରୁ ପ୍ରମୁଖ ସ୍ଥାନରୁ ଅନେକ ଦୂର ପଥ ଅତିକ୍ରମ କରି ଆସି ଶୀତ ଋତୁ ଶେଷ ପର୍ଯ୍ୟନ୍ତ ରହନ୍ତି ଓ ପରେ ଫେରିଯାଇଥାନ୍ତି । ପକ୍ଷୀ ଅଭୟାରଣ୍ୟ କହିଲେ ବାଲୁଗାଁ ନଳବଣ ଅଞ୍ଚଳ ଏମାନଙ୍କ ବାସସ୍ଥାନ ହୋଇଥାଏ ।