LIVE TV

ଦଳ ଛାଡ଼ିବାକୁ ନେଇ ମିଳୁଛି ହତ୍ୟା ଧମକ, ପୋଲିସକୁ ନିଜ ଓ ନିଜ ପରିବାରର ସୁରକ୍ଷା ମାଗିଲେ ବ୍ଲକ୍ ଅଧକ୍ଷା

NEWS7
pregnant-nusrat-jhan-party-with-friends-tnusree-and-srabanti-photo-trolled-on-social-media

ଭଦ୍ରକ ୨୪।୧୧: ପୋଲିସକୁ ସୁରକ୍ଷା ମାଗିଲେ ବ୍ଲକ୍ ଅଧକ୍ଷା । ନିଜ ଓ ନିଜ ପରିବାର ସୁରକ୍ଷା ପାଇଁ ଥାନାରେ ଦେଲେ ଏତଲା । ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବିଜେଡି ଦଳ ଛାଡି ବିଜେପି ଦଳରେ ସାମିଲ ହେବା ପୂର୍ବରୁ ମିଳୁଛି ଧମକ । ଘର ଉପରେ ପଥର ମାଡ ସହ ହତ୍ୟା ଧମକ ନେଇ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଘରକୁ ଟେକା ପଥର ମାଡ଼ ସହ ଗାଳି ଗୁଲଜ । ନିଜ ଓ ନିଜ ପରିବାର ପାଇଁ ସୁରକ୍ଷା ଲୋଡିଲେ ବ୍ଲକ୍ ଅଧ୍ୟକ୍ଷା । ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତି ସେଠୀ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଲିଖିତ ଏତଲା ଅନୁଯାୟୀ, ଗତ କିଛି ଦିନ ହେବ ସେ କେତେକ ବ୍ଲକ୍ ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କ ସହ ବିଜୁ ଜନତା ଦଳ ଛାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ ଶାସନରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ଦରଖାସ୍ତ ବିଜେପି ରାଜ୍ୟ ସଭାପତି, ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ ଏବଂ ଭଦ୍ରକ ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିଲେ । ସେମାନେ ମଧ୍ୟ ସହମତି ପ୍ରଦାନ କରିଛନ୍ତି ବୋଲି ସେ ଏତଲାରେ ଲେଖିଛନ୍ତି । କିନ୍ତୁ ବିଜୁ ଜନତା ଦଳର କିଛି ନେତୃତ୍ବ ତାଙ୍କୁ ଦଳ ନଛାଡିବା ପାଇଁ ବାଧ୍ୟ କରୁଥିବା ସେ କହିଛନ୍ତି । ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।

ରବିବାର ରାତି ସମୟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଜାତିକୁ ଆକ୍ଷେପ କରି ଜାତିଆଣ ମନ୍ତବ୍ୟ ଦେଇଥିଲେ ଓ ପରିବାରକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏମିତିକି ଘରକୁ ପଥର ମାଡ କରିଥିଲେ । ଜୋର ପାଟିରେ ଧମକ ଦେବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ତେଣୁ ସେ ପୋଲିସକୁ ସୁରକ୍ଷା ମାଗିଛନ୍ତି । ସେପଟେ କିନ୍ତୁ ସେ କହିଛନ୍ତି ଯେ, କେଉଁ ଦଳକୁ ଯିବେ ସେ କଥା ସମୟ କହିବ । ଖୁବ୍ଶୀଘ୍ର ସମସ୍ତ ତଥ୍ୟ ସମସ୍ତେ ଜାଣିବେ ।