ବିରୋଧୀଙ୍କୁ ପରିବହନ ମନ୍ତ୍ରୀଙ୍କ ପାଲଟା ଟାର୍ଗେଟ, ଛାଟ ପଡ଼ିବା ପରେ ଅମାନିଆ ବେଶି କହୁଛନ୍ତି

NEWS7
pratyusha-may-get-ticket-from-nayagarh-district

ଭୁବନେଶ୍ଵର: ପିୟୁସିସି ସାର୍ଟିଫିକେଟ୍ ଏବଂ ଲୋକଙ୍କୁ ଲଗାଯାଇଥିବା ଫାଇନକୁ ନେଇ ଏବେ ରାଜ୍ୟରେ ଅପଦସ୍ଥ ମୋହନ ମାଝୀଙ୍କ ସରକାର। ଲୋକଙ୍କ ଆକ୍ରୋଶର ଶିକାର ରାଜ୍ୟର ବିଜେପି ସରକାର। ଏହି ପ୍ରସଙ୍ଗରେ ବିରୋଧୀ ମଧ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରୁଛନ୍ତି। ଏବେ ବିରୋଧୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, ଛାଟ ପଡ଼ିବା ପରେ ଅମାନିଆ ବେଶି କହୁଛନ୍ତି। ମିଡିଆରେ ରହି ଲୋକଙ୍କ ପାଖେଇ ହେବା ପାଇଁ ଚାହୁଁଛନ୍ତି। ପୂର୍ବରୁ ୧୦ ହଜାର ଜୋରିମାନା ଯେଉଁମାନେ ଲାଗୁ କରିଥିଲେ ସେମାନେ ବେଶି ଏବେ ପାଟି କରୁଛନ୍ତି।

ସେ କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାଁହୁଛନ୍ତି। ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ କରାଇବା ବାଧ୍ୟତାମୂଳକ କରାଯାଇଛି। ମାର୍ଚ୍ଚ ପର୍ଯ୍ୟନ୍ତ PUCC ଫାଇନ କମିବ। ମଧ୍ୟପ୍ରଦେଶରେ ଦୁଇ ହଜାର ଟଙ୍କା ଫାଇନ ଥିବା ବେଳେ ଲୋକଙ୍କୁ ନ ବାଧିଲା ଭଳି ଆସିବ ନୂଆ ଫାଇନ ମୂଲ୍ୟ। ସରକାର ଏ ନେଇ ବିଚାର କରୁଥିବା ବେଳେ ଖୁବ ଶୀଘ୍ର ନୂଆ ଫାଇନ ମୂଲ୍ୟ ଆସିବ। ଲୋକଙ୍କ ପାଇଁ ଫାଇନ ଏବେ ସମ୍ପୂର୍ଣ୍ଣ କୋହଳ କରାଯାଇଛି। ମାର୍ଚ୍ଚ ସୁଦ୍ଧା ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ଯାଞ୍ଜ ଅଧିକାରୀ ମାନେ ଜାଣିବାକୁ କରାଯାଇଛି ଗ୍ରୀନ ଷ୍ଟିକର ସିଷ୍ଟମ। ବାଧ୍ୟତାମୂଳକ ନୁହେଁ ଗ୍ରୀନ ଷ୍ଟିକର ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ସୂଚନାଯୋଗ୍ୟ, ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ ଅବଧି ବଢାଯାଇଛି। ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ‎ନ ଥିଲେ ଜରିମାନା ନ ଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଟୋଲଗେଟରେ ଇ-‎ଡିଟେକ୍ସନରେ କଟୁଥିବା ଏ ସମ୍ୱନ୍ଧୀୟ ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ‎ଦିଗରେ ତର୍ଜମା କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ‎