ରୋହିତଙ୍କୁ ହଟାଇବାକୁ ଅଗରକରଙ୍କୁ କହିଥିଲେ ଏହି ବ୍ୟକ୍ତି ! ଷଡଯନ୍ତ୍ରର ମୁଖା ଖୋଲିଦେଲେ ପୂର୍ବତନ କ୍ରିକେଟର

NEWS7
prashant-kishor-said-bjp-will-remain-in-power-some-decade

ମୁମ୍ବାଇ,୬|୦୧:କାହିଁକି ଟେଷ୍ଟ୍ କ୍ରିକେଟକୁ ବାଏ ବାଏ କହିଲେ ରୋହିତଶର୍ମା ?କେଉଁ କାରଣ ପାଇଁ ତାଙ୍କୁ ଅଧିନାୟକ ପଦରୁ ହଟାଗଲା?କିଛି ଏମିତି ପ୍ରଶ୍ନ ଏବେବି ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ଏଥିପାଇଁ ଅନେକ ପ୍ରଶଂସକ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଦାୟୀ କରୁଛନ୍ତି । ତେବେ ସତ କଣ ତାହା ପ୍ରକାଶ କରିଛନ୍ତି ପୂର୍ବତନ ବ୍ୟାଟର ମନୋଜ ତିଓ୍ୱାରୀ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମନୋଜ କହିଛନ୍ତି ଯେ, ପ୍ରକୃତ କାରଣ କଣ ସେ ଜାଣି ନାହାଁନ୍ତି । କିନ୍ତୁ ଅଜିତ ଅଗରକର ମୁଖ୍ୟ ଖଳନାୟକ । ଅନେକ ସମୟରେ ବଡ ନିଷ୍ପତ୍ତି ନେଇଥାନ୍ତି । ତେବେ ତାଙ୍କ କାନ୍ଧରେ କିଏ ବନ୍ଧୁକ ରଖି ଫୁଟାଇଥାଇପାରେ । ପରଦା ପଛରେ ବହୁତ କିଛି ହୋଇଥାଏ । କୋଚ୍ ଗୌତମ ଗମ୍ଭୀରଙ୍କ ବିନା ପରାମର୍ଶରେ ବଡ ନିଷ୍ପତ୍ତି ନେବା ସମ୍ଭବପର ନୁହେଁ । ରୋହିତଙ୍କୁ ହଟାଇବା ପଛରେ ଉଭୟଙ୍କ ହାତ ରହିଛି ।

ସେ ଆହୁରି କହିଛନ୍ତି ଯେ, ଶୁଭମନ ଗିଲଙ୍କୁ ନୂଆ ଅଧିନାୟକ ଘୋଷଣା କରାଯାଇଥିଲା ।୨୦୨୭ବିଶ୍ୱକପକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ରୋହିତଙ୍କୁ ଏବେ୩୮ବର୍ଷ ହେଲାଣି । ଆଗାମୀ ବିଶ୍ୱକପ୍ ପାଇଁ ତାଙ୍କୁ ସୁଯୋଗ ନମିଳିପାରେ । ତେବେ ରୋହିତ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଛନ୍ତି । ନିଜକୁ ଫିଟ୍ ରଖିବାକୁ ସମସ୍ତ ଉଦ୍ୟମ କରୁଛନ୍ତି ।

ତେବେ ଦଳର ବର୍ତ୍ତମାନ ସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ତିଓ୍ୱାରୀ । ସେ କହିଛନ୍ତି ଯେ,ଓଡିଆଇ ମ୍ୟାଚ୍ ଦେଖିବାକୁ ଆଉ ଭଲ ଲାଗୁନି । ଟି୨୦ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଅଧିନାୟକକୁ ହଟାଇଦେଲେ ଭଲ ଲାଗେନି । ସେ ନିଜେ ରୋହିତଙ୍କ ସହ ଖେଳିଛନ୍ତି । ରୋହିତ ଯାହା କରିଛନ୍ତି ତାହା ବହୁତ ବଡ କଥା । ଏଭଳି ଜଣେ ଖେଳାଳିଙ୍କୁ ବିସିସିଆଇ ଅସମ୍ମାନ କରିଛି । ଏତେ ସବୁ ଟ୍ରଫି ଜିତାଇ ମଧ୍ୟ ରୋହିତଙ୍କୁ ବୋର୍ଡ ଭରସା କରିପାରିଲାନି । ଯାହା ବହୁତ ବଡ ଭୁଲ । ସେ ନିସ୍ୱାର୍ଥପର ଭାବେ ବ୍ୟାଟିଂ କରନ୍ତି । ତାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ନୁହେଁ ବୋଲି ମନୋଜ ତିଓ୍ୱାରୀ କହିଛନ୍ତି ।