ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ର, ୫ କିମି ଭାରରେ ବୁହା ହେଲେ ରୋଗୀ

NEWS7
prakash-mishra-to-contest-from-cuttack-and-kharbel-swain-from-kandhamal

ଦିଗପହଣ୍ଡି ୨୦।୦୧ : ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ର । ଦୋଳାରେ ବୁହା ହେଲେ ରୋଗୀ । ୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, ଆଞ୍ଚୁପା ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକ ସ୍ଥିର କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଦେବରାଜଙ୍କୁ ପ୍ରାୟ ପାଞ୍ଚ କିଲୋମିଟର ଦୋଳାରେ ବୋହିଥିଲେ । ତାଙ୍କୁ ଜଙ୍ଗଲ ରାସ୍ତା ଦେଇ ମାଡ଼ା ପୂର୍ତ୍ତ ବିଭାଗ ପର୍ଯ୍ୟନ୍ତ ଆଣିଥିଲେ ।ସେଠାରୁ ଏକ ଅଟୋ ଭଡ଼ା କରି ତାଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ ।

ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଖଟି କାମ କରୁଥିଲେ । ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ମାସରେ ଗାଁରୁ ଫେରି ଆସିଥିଲେ । ଗାଁକୁ ଫେରିବା ପରେ ତାଙ୍କୁ ପ୍ରବଳ କାଶ ହୋଇଥିଲା । ଏପିରିକି କାଶରେ ରକ୍ତ ପଡ଼ିବାରୁ ସେ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଗାଁକୁ ଠିକ୍ ରାସ୍ତା ନଥିବାରୁ ପରିବାର ଲୋକେ ଯୁବକଙ୍କୁ ୫ କିମି ଯାଏଁ ଦୋଳାରେ ବୁହାଇଲେ । ସେପଟେ ଏହି ଘଟଣା ପରେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ।