ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ୍ ମାଡ଼, ରୁଷର ଦାବିକୁ ଖଣ୍ଡନ କଲା ୟୁକ୍ରେନ

NEWS7
potato-rate-will-be-controlled-soon-said-union-consumer-affair-minister

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ , ସୋମବାର ଏକ ବଡ଼ ଘଟଣା ଘଟିଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ସେ କହିଛନ୍ତି ଯେ, ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଥିଲା।

ଲାଭରୋଭ କହିଛନ୍ତି ଯେ, ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା। ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ଡ୍ରୋନକୁ ମଝି ଆକାଶରେ ଖସାଇ ଦେଇଥିଲା। ସେ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉପସ୍ଥିତ ଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

ସେପଟେ ରୁଷ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି। କେବେ ଏବଂ କେଉଁଠାରେ ପ୍ରତିଶୋଧମୂଳକ ଆକ୍ରମଣ କରାଯିବ ତାହା ମଧ୍ୟ ସ୍ଥିର କରିଛି। ଏହା ବ୍ୟତୀତ, ରୁଷ ଶାନ୍ତି ଚୁକ୍ତିନାମା ଉପରେ ତାର ମତ ବଦଳାଇବାର ସୂଚନା ଦେଇଛି। ୟୁକ୍ରେନ ଉପରେ ଆତଙ୍କବାଦୀ ଆକ୍ରମଣ ଘଟାଇବାର ଅଭିଯୋଗ ଆଣିଛି ରୁଷ । ୟୁକ୍ରେନ ଏବେ ଆତଙ୍କବାଦର ଆଶ୍ରୟ ନେଇଛି, ତେଣୁ ଏହା ଶାନ୍ତି ଆଲୋଚନା ଉପରେ ତାର ମତକୁ ପୁନର୍ବିଚାର କରିବ ବୋଲି ମସ୍କୋ ସ୍ପଷ୍ଟ କରିଛି।

ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ।

 

କିଭ୍ ଏବଂ ଅନ୍ୟାନ୍ୟ ସରକାରୀ କୋଠା ଉପରେ ଆକ୍ରମଣକୁ ଯଥାର୍ଥ ବୋଲି ଦାବି କରିବା ପାଇଁ ମସ୍କୋ ଏପରି ଅଭିଯୋଗ ଆଣିଛି ବୋଲି ସେ କହିଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଶାନ୍ତି ଆଲୋଚନାରେ ଅଗ୍ରଗତିକୁ ବାଧା ଦେବା ପାଇଁ ଏହା ରୁଷର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇପାରେ।