ବେଆଇନ ଖାଦାନରୁ ମାଟି ଖୋଳିବା ବେଳେ ଅଘଟଣ : ପଥର ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ

NEWS7
politics-deepened-on-republic-day-tableau

ମାଲକାନଗିରି ୧୬।୧: ବେଆଇନ ଖାଦାନରୁ ମାଟି ଖୋଳୁଥିବା ସମୟରେ ପଥର ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାରିଣୀ ମନ୍ଦିର ପଛପଟେ ଥିବା ପଥର କୁଆଁରୀରୁ ବେଆଇନ ଭାବେ ମାଟି ଖୋଳିବା ସମୟରେ ପଥର ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖାନା ପହଞ୍ଚିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜଣେ ଜୟପୁରିୟା ଗୁଡା ନିବାସୀ କୁଶ ଗାଦବା ହୋଇଥିବା ବେଳେ ଅନ୍ୟ ଜଣେ ଚମ୍ପାଖାରି ଗ୍ରାମର କୁନା ମାଢି ବୋଲି ଜଣାପଡିଛି ।

ଦୁଇ ଶ୍ରମିକଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକ ମାନେ ଚମ୍ପଟ ମାରିଥିଲେ । ଖବର ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶ୍ରମିକକୁ ପଥର ମଧ୍ୟରୁ ଉଦ୍ଧାର କରିବା ସହ ଦୁର୍ଘଟଣା ବାବଦରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଉଭୟ ପରିବାରକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି ।