ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

NEWS7
police-sub-inspector-arrested-in-delhi

ନୂଆଦିଲ୍ଲୀ ୨୯/୦୧: ଆଜି ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ କରିବେ । ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ହେଉଛି ସରକାରଙ୍କ ଆର୍ଥିକ ପ୍ରଦର୍ଶନ ଓ ଦେଶରେ ଅର୍ଥନୈତିକ ସ୍ଥିତିର ଏକ ରିପୋର୍ଟ । '

ଯେଉଁଥିରେ ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ତଥ୍ୟ ସାମ୍ନାକୁ ଆସିବ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଏହି ରିପୋର୍ଟ ତିଆରି କରିଛନ୍ତି । ସର୍ବେକ୍ଷଣ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ । ଏହାପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସାମ୍ୱାଦିକ ସମ୍ମିଳନୀ କରି ଏହାର ସାରାଂଶ ଜଣାଇବେ ।

ପ୍ରତିବର୍ଷ ସଂସଦରେ ବଜେଟ ଆଗତ ହେବା ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରାଯାଇଆସୁଛି । ଚଳିତ ବର୍ଷ ଫେବ୍ରୁଆରି ୧ରେ ରବିବାର ପଡୁଛି । ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ ଉପସ୍ଥାପନ କରିବେ ।