ଦୁଇ ଖଣ୍ଡ ହୋଇଗଲା ବହୁ ପୁରୁଣା ହାତୀନାଳ ବ୍ରିଜ୍, ମଝିରେ ଫସି ରହିଲା ମାଟି ବୋଝଇ ହାଇଓ୍ବା

NEWS7
police-seized-iron-ore-truck-and-arreseted-3-person

ଖୋର୍ଦ୍ଧା ୨୫।୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଭୁଶୁଡ଼ିଲା ବହୁ ପୁରୁଣା ଓ ଦୁର୍ବଳ ପୋଲ । ଏଥିରେ ଫସିରହିଛି ମାଟି ବୋଝେଇ ହାଇୱା । ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନିକଟ ତୋରସିଙ୍ଗ ରୋପଡା ନିକଟରେ ରହିଛି ଦୀର୍ଘ ୪୦ ବର୍ଷର ପରିତ୍ୟକ୍ତ ହାତୀନାଳ ବ୍ରିଜ୍ l ଏହି ବ୍ରିଜ୍ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିଲେ । ରବିବାର ସକାଳ ପ୍ରାୟ ୯ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡ଼ି ଯାଉଥିବା ବେଳେ ହଠାତ ବ୍ରିଜ୍ଟି ମଝି ଖୁଣ୍ଟଟି ଭୁଶୁଡ଼ି ପଡ଼ିଥିଲା l ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ୍ ମଝିରେ ଫସି ଯାଇଥିଲା l ଘଟଣାସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି l ଖବର ପାଇ ବାଣପୁର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି l

ଅନ୍ୟପକ୍ଷରେ ଉକ୍ତ ବ୍ରିଜ୍ଟି ଅତି ଦୁର୍ବଳ ହୋଇଯାଇଥିବାରୁ ତାହାର ଅତି ନିକଟରେ ଆଉ ଏକ ନୂତନ ବ୍ରିଜ୍ ଓ ରାସ୍ତା ନିର୍ମାଣ ପାଇଁ ପୂର୍ବ ବିଜେଡି ସରକାର ଅର୍ଥ ମଞ୍ଜୁର କରିଥିଲେ । ନୂତନ ବ୍ରିଜଟିର ନିର୍ମାଣ ପାଇଁ କେବଳ ଫାଉଣ୍ଡେସନ ପକାଇ କୌଣସି କାରଣ ଯୋଗୁ କାମକୁ ବନ୍ଦ ରଖିଥିବା ଜଣାଯାଇଛି ।