ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଓଲଟିଲା ଡଙ୍ଗା, ଦୁଇ ଉଦ୍ଧାର, ଜଣେ ନିଖୋଜ

NEWS7
police-raid-in-begunia

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ବ୍ରାହ୍ମଣୀ ଚଞ୍ଚରା ଜୁର୍ଘାଟ ନିକଟରେ ଓଲଟିଲା ଦେଶୀ ଡ଼ଙ୍ଗା l ଘଟଣାରେ ଦୁଇ ଜଣ ବ୍ୟକ୍ତି ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ସନ୍ଧାନ ଚଳାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନି।

ସୂଚନା ଅନୁଯାୟୀ, ବ୍ରାହ୍ମଣୀ ଚଞ୍ଚରା ଗାଁ ର ତିନି ଜଣ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଜଳ ଭଣ୍ଡାର ଭିତରକୁ ମାଛ ମାରି ଯାଇଥିଲେ l ଜୋର ପବନ ହେବାରୁ ଓଲଟି ପଡ଼ିଥିଲା ଡ଼ଙ୍ଗା l ସେହି ସମୟରେ ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନ ଥିବା ବେଳେ ଥୁଆମୂଳ ରାମପୁର ଅଗ୍ନିଶ ବିଭାଗ ଆସି ଜଳ ଭଣ୍ଡାରରେ ଖୋଜା ଖୋଜି କରୁଛନ୍ତି l ନିଖୋଜ ବ୍ୟକ୍ତି ଗୋପୀନାଥପୁର ହରି ବେହୁରାକ l