LIVE TV

ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ଚଢାଉ, ୫ଟି ଗାଡି ଜବତ କଲା ପୋଲିସ

NEWS7

ଖୋର୍ଦ୍ଧା ୨୨।୧୦: ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଙ୍କଡାପଥର ଚୋରାଚାଲାଣକାରୀଙ୍କ ରାଜ୍  । ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ୫ଟି ଗାଡି ଜବତ କଲା ବେଗୁନିଆ ପୋଲିସ । ଖୋର୍ଦ୍ଧା  ଜିଲ୍ଲା ।

ଚୋରା ଚାଲାଣକାରୀ ମାନେ ବେଆଇନ ପଥର ଖଣି ଖୋଳି କୋଟିକୋଟି ଟଙ୍କା ର ରାଜସ୍ବ ଲୁଟୁଛନ୍ତି । ଏନେଇ ଆଜି ବେଗୁନିଆ ପୋଲିସ ପକ୍ଷରୁ  ଚଢାଉ କରି ପାଞ୍ଚଟି ଗାଡି ଜବତ ହୋଇଛି। ଗୁରୁବାର ସକାଳେ ପୋଲିସ ପକ୍ଷରୁ  ଚଢାଉ କରି  ୫ ଗୋଟି ଗାଡିକୁ ମାଙ୍କଡା ପଥର ବୋଝେଇ ସମୟରେ  ଜବତ କରାଯାଇଛି  ।

ଜବତ ସମସ୍ତ ଗାଡି  ବେଗୁନିଆ ଥାନାରେ ରହିଥିବା ବେଳେ ଏହି ଗାଡିଗୁଡିକ ବେଆଇନ ଭାବେ  ମାଙ୍କଡା ପଥର ଚୋରା ଚାଲାଣ କରୁଥିଲେ । ତେବେ ଏକା ସଙ୍ଗେ ୫ ଗୋଟି ଗାଡି ଜବତ ହେବା ପରେ ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଛି ।