ଜାଡ଼ରେ ଥରୁଛି କୋରାପୁଟ, ମାଳ ଅଞ୍ଚଳରେ ଲଗାତାର ୫ ଦିନ ଧରି ତୁଷାରପାତ

NEWS7
police-meeting-in-kandhamal-sp-office-in-phulbani

ଲମତାପୁଟ ୧୮/୧୨: ଜାଡରେ ଥରୁଛି ମାଳ ଅଞ୍ଚଳ । ଲଗାତାର ୫ ଦିନ ପାରଦ ୪ ଡିଗ୍ରୀ ରହୁଥିବା ବେଳେ କୋରାପୁଟ ଜିଲ୍ଲାର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ତୁଷାର ପାତ ଜାରି ରହିଛି । ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଶୀତ ପ୍ରକୋପ ବଢିବା ସହ ସାରା ଅଞ୍ଚଳକୁ ଘନ କୁହୁଡି ଢାଙ୍କି ରଖୁଛି । ଅଞ୍ଚଳରେ ଜୀବନ ଯାପନ ଅସ୍ତବ୍ୟସ୍ତ କରିଦେଲାଣି । ସକାଳୁ ସକାଳୁ ବାହାରକୁ ବାହାରିବା ବଡ଼ ମୁସ୍କିଲ ହୋଇପଡ଼ିଛି ।

ଶୀତ ଛଡାଇବା ପାଇଁ କିଏ ନିଆଁ ଲଗାଇ ମେଳି ବାନ୍ଧୁ ଥିବା ବେଳେ ଚାହା ଦୋକାନରେ ଭିଡ଼ ଜମାଇ ଗରମ ଚା'ର ମଜା ନେଉଥିବା ଦେଖିବାକୁ ମିଳୁଛି । କିଏ ମର୍ଣ୍ଣିଂ ୱାକ କରି ଶୀତ ଛଡାଉଛନ୍ତି । ଦିନ ୧୦ ପର୍ଯ୍ୟନ୍ତ ଘନ କୁହୁଡି ରହୁଥିବାରୁ ଗାଡି ମୋଟର ଯାତାୟତ ବିଭିନ୍ନ ସମସ୍ୟା ଉପୁଜୁଛି । ଏଠାରେ ଶୀତ ପ୍ରକୋପ ବଢିବା କାରଣ ଜଲାପୁଟ ଜଳଭଣ୍ଡାର ଏବଂ କୋଲାବ ଜଳଭଣ୍ଡାର ବ୍ଲକକୁ ଘେରି ରହିଛି ତେଣୁ ଏହି ଅଞ୍ଚଳରେ ଶୀତ ପ୍ରକୋପ ଅଧିକା ରହିଥାଏ ।

ପାହାନ୍ତିଆରୁ ଘନ କୁହୁଡି ସକାଶେ ଜିରୋ ଭିଜିବିଲିଟି ରହୁଛି । ଦିନର ତାପମାତ୍ରା ୧୩ଡିଗ୍ରୀ ରହୁଥିବା ବେଳେ ସନ୍ଧ୍ୟା ୫ ଟାରୁ ଶୀତ ଲହରୀ ଆରମ୍ଭ ହୋଇଯାଉଛି । ଶୀତ ସକାଶେ ସନ୍ଧ୍ୟା ୭ ଟାରୁ ମୁଖ୍ୟ ବଜାର ରେ ଜନ ଶୂନ୍ୟ ହୋଇଯାଉଥିବାରୁ ବଜାର ଖାଁ ଖାଁ ରହୁଥିବା ଦେଖିବାକୁ ମିଳୁଛି । ଗ୍ରାମଞ୍ଚଳରେ ଶୀତ ପ୍ରକୋପ ସକାଶେ ବୟସ୍କ ବୃଦ୍ଧ ବୃଦ୍ଧା ବହୁ ସମସ୍ୟା ର ସମୁଖୀନ ହେଉଥିବା ନଜର କୁ ଆସିଛି l