ନୂଆବର୍ଷ ଖୁସିରେ ଲାଗିଲା ମହାଜାମ୍, ଶିମଲାରୁ ନୈନିତାଲ ଅଣନିଶ୍ବାସୀ

NEWS7
police-issues-notice-to-production-unit-of-upcoming-film-mr-kanhaiya

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା । ନୂଆବର୍ଷ -୨୦୨୬କୁ ସ୍ବାଗତ କରିବ ବିଶ୍ବ । ଲୋକମାନେ ନୂଆବର୍ଷକୁ ନେଇ ବେଶ ଖୁସି ଅଛନ୍ତି । ଛୁଟି ଆରମ୍ଭ ହୋଇଥିବା ବେଳେ, ଲୋକମାନେ ନିଜ ନିଜର ପଦନ୍ଦର ସ୍ଥାନକୁ ବୁଲିବାକୁ ଯାଉଛନ୍ତି । କିନ୍ତୁ ଏଥିରେ ବାଧକ ସାଜୁଛି ଲମ୍ବା ଟ୍ରାଫିକ ଜାମ୍ । ଏଭଳି ସ୍ଥିତି ହିମାଚଳ ପ୍ରଦେଶରୁ ଉତ୍ତରାଖଣ୍ଡ ଯିବା ରାସ୍ତାରେ ଦେଖିବାକୁ ମିଳିଛି । ପାହାଡ଼ କୂଳକୁ ବୁଲିବାକୁ ଯାଉଥିବା ଲୋକେ ଟ୍ରାଫିକ୍ ଜାମ୍ରେ ଅଧିକ ସମୟ ବିତାଇବାକୁ ବାଧ୍ୟ ହେଉଛନ୍ତି ।

ଛୁଟି କଟାଇବାକୁ ଲୋକଙ୍କ ପାଖରେ ଅନେକ ବିକଳ୍ପ ରହିଛି । ହେଲେ ପାହାଡ଼ ହିଁ ଲୋକଙ୍କ ପ୍ରଥମ ପସନ୍ଦ ରହିଆସିଛି । ହିମାଚଳରୁ ଉତ୍ତରାଖଣ୍ଡ ଯାଏଁ ଲମ୍ବା ଲାଇନ୍ ଲାଗିଛି । ଘଣ୍ଟ ଘଣ୍ଟା ଧରି ଲୋକେ ରାସ୍ତାରେ ଫସି ରହିଛନ୍ତି । ଲୋକଙ୍କ ଖୁସିରେ ଲାଗିଛି ଜାମ୍ । କେବଳ ଶିମଲାରେ ୫୦ ହଜାର ଗାଡ଼ି ଏଣ୍ଟ୍ରି କରିଛି । ସେପଟେ ନୈନିତାଲ, ମୁକ୍ତେଶ୍ବରରେ ମଧ୍ୟ ଗାଡ଼ିର ଲମ୍ବା ଲାଇନ୍ ଲାଗି ରହିଛି ।

ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । New Year ସେଲିବ୍ରେସନ ଲାଗି, ହଜାର ହଜାର ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପହଞ୍ଚୁଛନ୍ତି । ହିମଚାଳର ଶିମଲା ଏବଂ ମନାଲୀ ସବୁଠାରୁ ଅଧିକ ପର୍ଯ୍ୟଟକ ପହଞ୍ଚିଛନ୍ତି । ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍ ଜାମ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଲୋକେ ବି ହନ୍ତସନ୍ତ ହେଉଛନ୍ତି ।

ରିପୋର୍ଟ ଅନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ କେବଳ ଶିମଲାରେ ୫୪ ହଜାରରୁ ଅଧିକ ଟୁରିଷ୍ଟ ଭେଇକିଲ୍ ଏଣ୍ଟ୍ରି କରିଛି । ଅଢ଼େଇ ଲକ୍ଷରୁ ଅଧିକ ପର୍ଯ୍ୟଟକ ଶିମଲା, କୁଫ୍ରି, ନାର୍କନ୍ଦା, ଫାଗୁ, ଶିଲାରୁ, ମାଶୋବ୍ରା ଏବଂ ନାଲଧେରାରେ ପହଞ୍ଚିଛନ୍ତି ।

ସେହିଭଳି ମନାଲୀ କଥା କହିଲେ, ସହରରେ ପ୍ରାୟ ୧୦ ହଜାର ଭଲଭୋ ବସ୍ ଏବଂ ଯାତ୍ରୀବାହୀ ଗାଡ଼ି ପ୍ରବେଶ କରିସାରିଛି । ପ୍ରାୟ ୧ ଲକ୍ଷ ପର୍ଯ୍ୟଟକ ମନାଲୀ ବୁଲିବାକୁ ଯାଇଛନ୍ତି । ନୂଆବର୍ଷକୁ ଆହୁରି ୩ ଦିନ ବାକିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ । ପର୍ଯ୍ୟଟକ ଗାଡ଼ିଙ୍କ ସଂଖ୍ୟା ବଢ଼ୁଥିବାରୁ, ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ ଚିନ୍ତା ବଢ଼ାଇଛି ।